ଆର, ଉଦୟଗିରି, ୨୬।୬( ମନୋଜ କୁମାର ପାଢୀ): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଞ୍ଚାୟତକୁ ରାଶନ ଚାଉଳ ଆଣିବା ହେଲା କାଳ। ଦୁଇ ଭାଇ ପଞ୍ଚାୟତକୁ ରାଶନ ଚାଉଳ ଆଣିବାକୁ ଯିବାବେଳେ ରାସ୍ତାରେ ବଜ୍ରାଘାତରେ ଦୁଇ ଭାଇ ଗୁରୁତର ହୋଇଥିଲେ । ଦୁଇ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ରା ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଭାଇଙ୍କ ଚିକିତ୍ସା ଚାଲିଥିବା ବେଳେ ବଡ଼ ଭାଇ ଜିରାଜ ରଇତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେପଟେ ସାନ ଭାଇ ମୋଜେସ ରଇତଙ୍କ ଚିକିତ୍ସା ପରେ ଅଧିକ ଗୁରୁତ୍ବ ଥିବା ଯୋଗୁ ପାରଳାଖେମୁଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଅପମୃତ୍ୟୁ କେସ ନମ୍ବର ୧୧/୨୬ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମେଡିକାଲକୁ ପଠାଯାଇ । ଦୁର୍ଘଟଣା ପରେ ତାଙ୍କ ଘରକୁ ସ୍ଥାନୀୟ ଆରାଇ ଯାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.