ଲଗାଣ ବର୍ଷାରେ ଜୁଡିଆ ଘାଟିରେ ଭୂସ୍ଖଳନ ଆଶଙ୍କା; ପାହାଡ଼ରୁ ପଥର ଖସି ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ଅବରୋଧ

0

କେନ୍ଦୁଝର: କେନ୍ଦୁଝର ସହର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜୁଡିଆ ଘାଟିରେ ଭୂସ୍ଖଳନ ଆଶଙ୍କା ବଢ଼ିଛି। ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ରୁ ମାଟି ଓ ପଥର ଧସି ରାସ୍ତା ଉପରେ ପଡ଼ୁଛି। ଫଳରେ ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱ ଦେଇ ଯାନବାହନ ଚଳାଚଳ କରୁଛି।

ବିଶେଷକରି ଘାଟିର ଉଠାଣି ରାସ୍ତା ପାର୍ଶ୍ୱରେ ପାହାଡ଼ରୁ ଲଗାତାର ପଥର ଖସୁଥିବାରୁ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ବର୍ଷା ଜାରି ରହିଲେ ଅଧିକ ଭୂସ୍ଖଳନ ହୋଇ ରାସ୍ତା ଅବରୋଧ ହେବା ସହ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।

ଜୁଡିଆ ଘାଟି ଦେଇ ପ୍ରତିଦିନ ବହୁ ସଂଖ୍ୟକ ଯାନବାହନ ଓ ପଥଚାରୀ ଯାତାୟାତ କରୁଥିବାରୁ ବର୍ତ୍ତମାନର ପରିସ୍ଥିତି ଚିନ୍ତାର କାରଣ ହୋଇଛି। ରାସ୍ତାରେ ଯାଉଥିବା ପଥଚାରୀମାନେ ବର୍ଷାଦିନରେ ଏହି ଘାଟି ରାସ୍ତାରେ ଯାତାୟାତ କରିବାକୁ ଭୟ କରୁଛନ୍ତି।

Leave A Reply

Your email address will not be published.