କୋଲକାତା ସାରଦା ମଠ ସନ୍ନ୍ୟାସିନୀଙ୍କ ରାମକୃଷ୍ଣ ସେବାଶ୍ରମ ପରିଦର୍ଶନ

ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମ ଓ ମା’ସାରଦା ମହାବିଦ୍ୟାଳୟକୁ କୋଲକାତା ଦକ୍ଷିଣେଶ୍ବରସ୍ଥ ସାରଦା ମଠର ବରିଷ୍ଠ ସନ୍ନ୍ୟାସିନୀ ପ୍ରବାଜିକା ବୀତଭୟପ୍ରାଣାଜୀ ଓ ପ୍ରବାଜିକା ଆତ୍ମଦୀପପ୍ରାଣାଜୀ ପରିଦର୍ଶନ କରିଥିଲେ। କଲେଜର ଛାତ୍ରୀ, ଅଧ୍ୟକ୍ଷା, ଅଧ୍ୟାପିକା ଓ ସହକର୍ମୀମାନେ ମା’ ମାନଙ୍କୁ ସ୍ବାଗତ କରି କଲେଜ ପରିଦର୍ଶନ କରିଥିଲେ। ଆଶ୍ରମସ୍ଥ ରାମକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା ଓ ଆଳତି କରିଥିଲେ। ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ଭାଗବତାନନ୍ଦ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମା’ମାନେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମହିଳା ଭକ୍ତମାନଙ୍କ ସହ ରାମକୃଷ୍ଣ, ମା’ସାରଦା ଓ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ଆଲୋଚନା କରିଥିଲେ। ବିବେକାନନ୍ଦ ସଂସ୍କୃତ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ଭକ୍ତିସଂଗୀତ ଗାନ କରିଥିଲେ। ଅବସରରପ୍ରାପ୍ତ ଅଧ୍ୟକ୍ଷା ନଳିନୀ ସାହୁ, ଆଶ୍ରମର ସଂପାଦକ ଗୋଲକ ସାହୁ, ସଦସ୍ୟ ବିମ୍ବାଧର ସାହୁ, ସଦସ୍ୟ ବାବାଜୀ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରଧାନଶିକ୍ଷକ ମନୋଜ କୁମାର ଗୁମାନସିଂହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.