କେନ୍ଦୁଝର: ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦୁଝର ଜିଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ମୋ ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଇଛାକୁ ସମ୍ମାନ ଜଣାଇ ଓଡିଶା ସରକାର ଯୋଜନା କରନ୍ତି। ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କ ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଲକ୍ଷ୍ମୀ ବସ୍ ଆମ ଜୀବନକୁ ସହଜ କରିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ, ଲକ୍ଷ୍ମୀ ବସ୍ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ ଅବସରରେ ଏହା କହିଥିଲେ। ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ଏହି ବସ୍ ସେବା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି,
ଲକ୍ଷ୍ମୀ ବସ୍ ଲୋକଙ୍କୁ ଲୋକଙ୍କ ସହ ଯୋଡିବା, ସାମାଜିକ ଓ ଆର୍ଥୀକ ଜୀବନକୁ ମଜବୁତ କରିବା, ଛାତ୍ରଛାତ୍ରୀ ସୁବିଧାରେ ସ୍କୁଲ କଲେଜ ପହଞ୍ଚିବା ଏବଂ ଚାଷୀଙ୍କୁ ମାର୍କେଟ୍ ସହିତ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ। ଏହି ଯୋଜନାରେ ମା’ମାନେ, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ମାତ୍ର ୫ଟଙ୍କା ଭଡା ଦେଇ ଏହି ବସ୍ରେ ଯାତାୟାତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହ ଏହାର ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ମା’ମାନଙ୍କ ଦ୍ୱାରା କରାଯିବାକୁ ଥିବାରୁ ଏଥିରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ୫ଟି ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ନିକଟରେ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ମଧୁବାବୁ ପେନସନ ଯୋଜନାରେ ରାଶି ବୃଦ୍ଧି ପାଇଁ ମା’ମାନେ ଅନୁରୋଧ କରିଥିଲେ। ମା’ମାନଙ୍କ ଅନୁରୋଧକୁ ରକ୍ଷାକରି ମଧୁବାବୁ ପେନସନ ଯୋଜନାର ରାଶିକୁ ବୃଦ୍ଧି କରିଥିବା ଶ୍ରୀ ପାଣ୍ଡିଆନ କହିଥିଲେ।
ଏତଦ୍ବ୍ୟତୀତ ମିଶନ ଶକ୍ତି ମା’ମାନଙ୍କ ପାଇଁ ଅଧିକ ୫ଲକ୍ଷ ଟଙ୍କା ଋଣ ବ୍ୟବସ୍ଥାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଥିବା ଶ୍ରୀ ପାଣ୍ଡିଆନ ଏହି ଅବସରରେ ସୂଚନା ଦେଇ ଏହା କହିଛନ୍ତି। କେନ୍ଦୁଝର ଠାରେ ଧରଣୀଧର ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟ ସମ୍ମୁଖ ପଡିଆରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, ଜିଲାପରିଷଦ ସଭାପତି ସାଗରିକା ସାହୁ, କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ଜିଲାପାଳ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟରେ ୨୫ଟି ବସ୍ ମଧ୍ୟରୁ ୧୧ଟି ବସ୍ର ଚଳାଚଳ ଶୁଭାରମ୍ଭ କରିଥିଲେ।
Comments are closed.