ଭୁବନେଶ୍ୱର : ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ କୋଭିଡ ସମୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ । କୋଭିଡ୍ ସମୟରେ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ରାସନ ଯୋଗାଇ ଦିଆଯାଉଥିଲା। ଏହାରି ଉପରେ ରିପୋର୍ଟ ପ୍ରସ୍ତୁତ କରି କେନ୍ଦୁଝର ଖାଦ୍ୟବଣ୍ଟନକୁ ପ୍ରଶଂସା କରିଛି ନୀତି ଆୟୋଗ। ୨୦୨୦ ଜୁଲାଇ କୋଭିଡ୍ ସମୟରେ କେନ୍ଦୁଝର ଜିଲ୍ଲାରେ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମରେ ୩-୬ ବର୍ଷର ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ଦିଆଯାଉଥିଲା। ଶିଶୁମାନଙ୍କୁ କୁପୋଷଣରୁ ଦୂରେଇ ରଖିବା ପାଇଁ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇ ଦେଇଥିଲା ଜିଲ୍ଲା ପ୍ରଶାସନ। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେନ୍ଦୁଝର ଏଭଳି ନିଷ୍ପତ୍ତି ନେଇଥିଲା। ଶିଶୁଙ୍କ ବିକାଶ ପାଇଁ ଜିଲ୍ଲା ପ୍ରଶାସନର ଉତ୍ତମ ପଦକ୍ଷେପ ପ୍ରଶଂସା କରିଛି ନୀତି ଆୟୋଗ। ଏହା ଶିଶୁମାନଙ୍କ ମଧ୍ୟରେ କୁପୋଷଣା ଦୂର କରିବାରେ ସାହାଯ୍ୟ କରିବା ସହ କେନ୍ଦୁଝର ଆଦିବାସୀମାନଙ୍କର ପୁରୁଣା ସଂସ୍କୃତିଗତ ଖାଦ୍ୟ ପ୍ରକ୍ରିୟାକୁ ଉଜ୍ବୀତ କରିଛି। ତା ସହ ଏଭଳି ନିଷ୍ପତ୍ତି ମାଣ୍ଡିଆ ଉତ୍ପାଦନକୁ ବଢ଼ାଇ ରୋଜଗାର ବଢାଇବା ଦିଗରେ ସହଯୋଗ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। କେନ୍ଦୁଝର ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ସମନ୍ୱିତ ଶିଶୁ ବିକାଶ ସେବା କାର୍ୟ୍ୟକ୍ରମରେ ବାଜରାଜାତୀୟ ଖାଦ୍ୟକୁ ସାମିଲ କରିଛି। ଯାହା ଐତିହାସି ପଦକ୍ଷେପ ବୋଲି ରିପୋର୍ଟରେ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.