କାର୍ତ୍ତିକେଶ୍ବର ଭସାଣିରେ ବା‌ଣ ବିସ୍ଫୋରଣ ଘଟଣା: ଆହତଙ୍କୁ ଭେଟିଲେ ବିଜୟ ମହାପାତ୍ର

କଟକ: କାର୍ତ୍ତିକଶ୍ବେରଙ୍କ ମୂର୍ତ୍ତି ଭସାଣି ସମୟରେ ଗତ ୨୩ ତାରିଖ ରାତି କେନ୍ଦ୍ରାପଡ଼ାରେ ବାଣ ଫୁଟିବା ଘଟଣାରେ ଆହତଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଭେଟିଛନ୍ତି। ଆହତମାନଙ୍କସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢ଼ଙ୍ଗରେ ହୋଇ ପାରିବ ସେନେଇ ଶ୍ରୀ ମହାପାତ୍ର ଏସବିବି କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଅନ୍ୟପଟେ ଯେଉଁ ଘଟଣା କେନ୍ଦ୍ରାପଡାରେ ଘଟିଛି ତାହା ବେଶ ବୀଭତ୍ସ। ତେବେ ଭସାଣି ସମୟରେ ଯେଉଁ ଅଘଟଣ ଘଟିଛି ତାହା ପାଇଁ ଦାୟୀ କେବଳ ପୁଲିସ ପ୍ରସାସନ। ଯଦି ପୁଲିସ ସେହି ସମୟରେ ସଠିକ ଢ଼ଙ୍ଗରେ କାର୍ଯ୍ୟ କରିଥାନ୍ତା ତେବେ ଏପରି ସ୍ଥିତି ଉପୁଜି ନଥାନ୍ତା। ଏହି ଘଟଣା ରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ସରକାର। ଆସନ୍ତା ୭୨ ଘଂଟା ମଧ୍ୟରେ ଉକ୍ତ ପୁଲିସ ଅଧିକାରୀଙ୍କୁ ଶୀଘ୍ର ଦଣ୍ଡ ମିଳୁ ବୋଲି କହିଛନ୍ତି ବିଜୟ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣି ଉତ୍ସବ ବେଳେ ଏକ ବଡ଼ଧରଣର ଅଘଟଣ ଘଟିଥିଲା। ବିଳମ୍ବିତ ରାତିରେ ବାଣ ଫୁଟି ୩୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କ ମଧୢରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆହତଙ୍କ ମଧ୍ୟରେ ଛୋଟ ପିଲା, ତିନି ଜଣ ମହିଳା ଏବ˚ ସେଠାକାର ବ୍ୟବସାୟୀ ଥିଲେ।

Comments are closed.