କଳାହାଣ୍ଡି : ଭବାନୀପାଟଣା ବ୍ଳକ ଅନ୍ତର୍ଗତ କର୍ଲାପଡା ଫୁଟବଲ କ୍ଲବ ତରଫରୁ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ଏହାର ଚତୁର୍ଥ ଦିବସରେ ଧର୍ମଗଡ଼ ଏବଂ ବାଲିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ବାଲିଗୁଡା ଦଳ ୧:୦ରେ ବିଜୟୀ ହୋଇଥିଲା। ବିଶେଶ୍ୱର ପ୍ରଧାନ, ଚଞ୍ଚଳ ମାଝୀ, ରଶ୍ମିରଂଜନ ପ୍ରଧାନ ଏବଂ ନିର୍ମଳ ପ୍ରଧାନ ଖେଳ ପରିଚାଳନା କରିଥିଲେ। ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ନୃପରାଜ ଯାଦବ କେସିଙ୍ଗା ଏନ.ଏ.ସି ଚେୟାରମ୍ୟାନ ତଥା କଳାହାଣ୍ଡି ଜିଲ୍ଲା ଯାଦବ ମହାସଂଘ ର ସଭାପତି, ସମ୍ମାନିତ ଅତିଥି ଭାବେ ପ୍ରକାଶ ମହାନ୍ତି, ସଂଜୀବ କୁମାର ସାହୁ ବିଶିଷ୍ଟ ସମାଜସେବୀ ଭବାନୀପାଟଣା ଙ୍କ ସମେତ କର୍ଲାପଡା ଫୁଟବଲ ସଂଘ ର ସଭାପତି ଧୃବଚରଣ ପ୍ରଧାନ, ସମ୍ପାଦକ କିଶୋର କୁମାର ଯୁଆଡ, ଅଶ୍ୱିନୀ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉର୍ସାହିତ କରିଥିଲେ।ରାଜୀବ ଲୋଚନ ଯୁଆଡ ଏବଂ ମିଳନ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ । ରିପୋର୍ଟ- ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.
Comments are closed.