ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ କାରଖାନା ରେ ଷ୍ଟେନ୍ ଲେସ୍ ଶ୍ଟିଲ ମେକିଂଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ଏବଂ ମେନ୍ଟେନାନ୍ସ ମ୍ୟାନେଜମେନ୍ଟ୍ ସଂବନ୍ଧୀୟ କର୍ମଶାଳା ।

ଯାଜପୁର : କଳିଙ୍ଗ ନଗର ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ କାରଖାନା ରେ ଷ୍ଟେନ୍ ଲେସ୍ ଶ୍ଟିଲ ମେକିଂଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ଏବଂ ମେନ୍ଟେନାନ୍ସ ମ୍ୟାନେଜମେନ୍ଟ୍ ସଂବନ୍ଧୀୟ କର୍ମଶାଳା ଆୟୋଜନ କରିଥିଲେ।
କର୍ମଶାଳା ର ଆରମ୍ଭ ରେ ଜିନ୍ଦଲ ଷ୍ଟେନ୍ ଲେସ୍ ଲିଃ ର ମାନବ ସମ୍ବଳ ମୂଖ୍ୟ ଶ୍ରୀ ରାକେଶ ପାଠକ ବିପିଏନଏସଆଇ ର କର୍ମଚାରୀ ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ପ୍ରଫେସ୍ନାଲ ପ୍ରି ପ୍ରୋଗ୍ରାମ୍ କର୍ମଶାଳା ର ମହତ୍ୱ ବୁଝାଇବା ସହିତ କର୍ମଶାଳା ର ସଫଳ କାମନା କରିଥିଲେ।
ବିପିଏନଏସଆଇ ତରଫରୁ , ଡଃ ସ୍ନିଗ୍ଧା ଘୋଷ୍, ଆସିସ୍ଟାନ୍ଟ ପ୍ରଫେସର, ଆଇ ଆଇ ଟି, ଭୁବନେଶ୍ୱର ଷ୍ଟେନ୍ ଲେସ୍ ଶ୍ଟିଲ ମେକିଂଗ, ବିଭିନ୍ନ ପ୍ରସେସ୍ ବିଷୟ ରେ ବିସ୍ତୃତ ବିବରଣୀ ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ ପ୍ଲାଣ୍ଟ ର ଇଂଜିନିୟର ମାନଂକୁ ପଢାଇବା ସଂଗେ ସଂଗେ ସେମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ। ଅପରାହ୍ନ ରେ ଡଂ ସୀମାନ୍ତ ମହାନ୍ତି ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଦୀକ୍ଷାନ୍ତ ଭାଷଣ କର୍ମଶାଳା ରେ ଉପସ୍ଥାପନ କରିଥିଲେ। କର୍ମଶାଳା ର ଦ୍ୱିତୀୟ ଦିବସ ରେ ଅନୁଷ୍ଠାନ ର ନୀର୍ଦ୍ଦେଶକ ଶ୍ରୀ ପ୍ରୀତମ୍ ପୁରକାୟସ୍ଥ ସ୍ବାଗତ ଭାଷଣ ଭିଡିଓ କନ୍ଫରେନ୍ସ ମାଧ୍ଯମ ରେ ଅନୁଷ୍ଠାନ ର କାର୍ୟ୍ଯ ଖସଡା, ଉପାଦେୟତା ଏବଂ ଇସ୍ପାତ ଶିଳ୍ପ ବିଷୟ ରେ ଗୁରୁତ୍ବପୂର୍ଣ୍ଣ ତଥ୍ଯ ଉପସ୍ଥାପନ କରିଥିଲେ। ପରେ ପରେ ବିପିଏନଏସଆଇ ରେ କାର୍ଯ୍ୟରତ ଶୁଶ୍ରୀ ଇତିଶ୍ରୀ ରାଉତ ମେନ୍ଟେନାନ୍ସ ମ୍ୟାନେଜମେନ୍ଟ୍ ବିଷୟ ରେ ନିଜ ଶୈକ୍ଷଣିକ ସଂଦର୍ଭ ଉପସ୍ଥାପନା କରୁଥିଲେ। ପରବର୍ତ୍ତୀ ସମୟରେ ଡଃ ବ୍ରହ୍ମ ଦେଓ, ପ୍ରଫେସର, ଆଇ ଆଇ ଟି ଭୁବନେଶ୍ୱର ପ୍ରେଡିକ୍ଟିଭ୍ ଆଣ୍ଡ ପ୍ରିଭେଣ୍ଟିଭ ମେନ୍ଟେନାନ୍ସ ଥ୍ଋ ଡିଜିଟାଲ୍ ଟ୍ଵିନ୍ ଟେକ୍ନୋଲୋଜି ବିଷୟ ରେ ଦୂରଭାଷ ମାଧ୍ଯମ ରେ ପ୍ରାନ୍ଜଳ ଭାବରେ ବୁଝାଇ ଥିଲେ। ଶେଷ ରେ ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ ପ୍ଲାଣ୍ଟ ର ମାନବ ସମ୍ବଳ ଅଧିକାରୀ ଶ୍ରୀ ଶ୍ୟାମ ତ୍ରିପାଠୀ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ପ୍ରଫେସ୍ନାଲ ପ୍ରି ପ୍ରୋଗ୍ରାମ୍ କର୍ମଶାଳା ର ମହତ୍ବ ଏବଂ ଗୁରୁତ୍ୱ ପଚାରି ବୁଝିଥିଲେ ଏବଂ କର୍ମଶାଳା କୁ ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ଥିତ ସମସ୍ତ ଶ୍ରୋତା ଇଂଜିନିୟର ମାନେ ମଧ୍ଯ ଶିକ୍ଷା ଗ୍ରହଣ କରିବା ସାଥେ ସାଥେ ପ୍ରଶଂସା ପ୍ରଦାନ କରିଥିଲେ। କର୍ମଶାଳା ରେ ବିପିଏନଏସଆଇ ର ଶୁଶ୍ରୀ ଶାଶ୍ୱତୀ ମହାନ୍ତି, ଶୁଶ୍ରୀ ଇତିଶ୍ରୀ ରାଉତ ଏବଂ ଶ୍ରୀଯୁକ୍ତ ଭରତ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ। ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ର ପ୍ରଫେସର ସତ୍ଯପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।

Comments are closed.