ଭୁବନେଶ୍ବର: ଅଟୋ ଡ୍ରାଇଭରକୁ ପିଟିଲା ପିକପଭ୍ୟାନ, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ। ରାଜଧାନୀରେ କଳିଙ୍ଗ ହସ୍ପିଟାଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଜଣେ ଅଟୋ ଚାଳକ ଅଟୋରେ ବସି ମୁଁହ ଧୋଉଥିବା ବେଳେ ପଛପଟୁ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏହାଫଳରେ ସେହି ସ୍ଥାନରେ ଟଳି ପଡ଼ିଥିଲେ ଅଟୋ ଚାଳକ। କିଛି ସମୟ ଧରି ରକ୍ତାକ୍ତ ଶରୀର ରାସ୍ତା ଉପରେ ପଡ଼ିରହିବା ପରେ ଖବର ପାଇ ଘଟଣାସ୍ଥଳରେ ମୈତ୍ରୀ ବିହାର ପୁଲିସ ପହଞ୍ଚି ତଦନ୍ତ କରୁଛି। ଧକ୍କା ଦେଇଥିବା ପିକଅପ ଭ୍ୟାନକୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି l
Sign in
Sign in
Recover your password.
A password will be e-mailed to you.
Comments are closed.