କଳାହାଣ୍ଡି ବିଭାଗ ଜିଲ୍ଲାଶଃ ଆଧାରସ୍ତର ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

0

କଳାହାଣ୍ଡି/ଭବାନୀପାଟଣା (୧୬|୮ ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲାଜୀବିହାର ଠାରେ କଳାହାଣ୍ଡି ବିଭାଗ ଜିଲ୍ଲାଶଃ ଆଧାରସ୍ତର ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି।କାର୍ଯ୍ୟଶାଳା ପ୍ରମୁଖ ତଥା କଳାହାଣ୍ଡି ଜିଲ୍ଲା ନିରୀକ୍ଷକ ବିପିନ ବିହାରୀ ମିଶ୍ରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟଶାଳାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୪୪ ଜଣ ଗୁରୁଜୀ ଓ ଗୁରୁମା ଯୋଗଦେଇଥିଲେ।କାର୍ଯ୍ୟଶାଳାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ପ୍ରିୟା ଶଶିଧରନ ଯୋଗଦେଇଥିଲେ। ଏଥି ସହିତ ସମ୍ମାନିତ ଅତିଥି ଭାବେ ପ୍ରତାପ କିଶୋର ପଣ୍ଡା,ଜଗଦିଶଚନ୍ଦ୍ର ମୁଣ୍ଡ ଏବଂ ସଂଗ୍ରାମ କେଶରୀ ପ୍ରଧାନ ଉପସ୍ଥିତ ଥିଲେ।

ରବିବାର ଦିନ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ କଳାହାଣ୍ଡି ଜିଲ୍ଲା ପ୍ରମୁଖ ମନ୍ମଥ ମିଶ୍ର, ବାଲାଜୀ ବିହାର ସମ୍ପାଦକ ପ୍ରତାପ କିଶୋର ପଣ୍ଡା ଏବଂ ବ୍ରଜବିହାର ସମ୍ପାଦକ ଅଶୋକ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଅତିଥି ପରିଚୟ ବାଲାଜୀବିହାରର ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ଠାକୁର ପ୍ରଦାନ କରିଥିବା ବେଳେ ବାଲାଜୀବିହାର ପରିଚାଳନା ସମିତି ଉପସଭାପତି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଦ୍ବି-ଦିବସିୟ କାର୍ଯ୍ୟଶାଳା ମାଧ୍ୟମରେ ଶିକ୍ଷାଦାନ ପଦ୍ଧତି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ରିପୋର୍ଟ-ସନାତନ ମହାକୁଡ଼

Leave A Reply

Your email address will not be published.