ଜୟ ବିନାୟକ

ଅର୍ଜୁନୀ ଚରଣ ବେହେରା

ଜୟ ବିନାୟକ ହେ ଗଣନାୟକ
ଜୟ ଗିରିଜା ନନ୍ଦନ l
ଜୟ ବିଦ୍ୟାନିଧି ବିଦ୍ୟାର ବାରିଧି
ଜୟ ଇନ୍ଦୁର ବାହନ ll
କୋଟିସୂର୍ଯ୍ୟ ସମ ତେଜ ଅନୁପମ
ବକ୍ର ତୁଣ୍ଡ ଏକଦନ୍ତ l
ଜୟ ମହାକାୟ ହେ ବିଦ୍ୟାବିନୟ
ପାଶାଙ୍କୁଶ ବେନି ହସ୍ତ ll
ଜୟ ଅଗ୍ରପୂଜ୍ୟ ପ୍ରଭୋ ବିଘ୍ନରାଜ
ଜୟ ପ୍ରଭୁ ଲମ୍ବୋଦର l
ସୁବର୍ଣ୍ଣ କଙ୍କଣ ଭୁଜେ ଶୋଭେ ତଵ
ଗଜ ବଦନ ସୁନ୍ଦର ll
କଣ୍ଠେ ମାଳ ମୁକ୍ତା ସ୍କନ୍ଧରେ ପଇତା
ମୋଦକ ଲୋଭି ଗଣେଶ l
ବିଘ୍ନ ବିନାଶନ ହେ ଜଗ ବନ୍ଦନ
ଜୟ ଜୟ ହେ ବିଘ୍ନେଶ ll
କାର୍ତ୍ତିକ ଅନୁଜ ଆହେ ଦେବରାଜ
ପିତା ତୁମ୍ଭ ସଦାଶିବ l
ରିଦ୍ଧି ସିଦ୍ଧି ପତି, ତୁମ୍ଭ ଆବାହନେ
ସର୍ଵ ପୂଜା ହୁଏ ଶୁଭ ll
ମଙ୍ଗଳ ମୂରତି ପ୍ରଭୋ ଗଣପତି
ନମଃ ଜ୍ଞାନର ଭଣ୍ଡାର l
ଵକ୍ର ତୁଣ୍ଡେ ପ୍ରଭୁ ଆଶୀର୍ବାଦ କର
ନାଶ ଅଜ୍ଞାନ ମୋହର ll
ନମସ୍ତେ ହେରମ୍ବ ତୁଟୁ ମୋର ଦମ୍ଭ
ନମଃ ନମଃ ସିଦ୍ଧିଦାତା l
ଆହେ ଗଜାନନ ଘେନ ମୋ ନମନ
ବିଘ୍ନ ହର୍ତ୍ତା ବିଦ୍ୟା ଦାତା ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା

Comments are closed.