ତେନ୍ତୁଳିଖୁଣ୍ଟି, ୧୭/୦୮ (ଶେଖର ଖୁରା): ତେନ୍ତୁଳିଖୁଣ୍ଟି ବ୍ଲକସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ସୋମବାର ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କଶ୍ୟପ ପାର୍ଥ ଜଗଦୀଶଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମୀରା ନାୟକ, ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


ଜନଶୁଣାଣି ଶିବିରରେ ମୋଟ ୫୨ଟି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ହୋଇଥିବାବେଳେ ୨୨ଟି ଗ୍ରାମ୍ୟ ତଥା ସାମୂହିକ ସମସ୍ୟା ସମ୍ବନ୍ଧୀୟ ଥିଲା।
ଅଭିଯୋଗଗୁଡ଼ିକ ମଧ୍ୟରେ ପୂଜାରୀଗୁଡ଼ାଠାରୁ ଅଞ୍ଚଳଗୁମ୍ମା ରାସ୍ତା, ହିର୍ମୀମୁଣ୍ଡାଠାରୁ ଭିତର ମେଙ୍ଗ୍ରା ରାସ୍ତା ମରାମତି, ପ୍ରସ୍ତାବିତ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ, ମଦ ବିରୋଧୀ ମହିଳାଙ୍କ ଅଭିଯୋଗ, ପେନସନ ଓ ରାସନ କାର୍ଡ, ତେନ୍ତୁଳୀଖୁଣ୍ଟି ର ଖେଳ ପଡିଆ,ଭଳି ବିଭିନ୍ନ ସମସ୍ୟା ସ୍ଥାନ ପାଇଥିଲା।
ଏଥିରେ ସହକାରୀ ଯନ୍ତ୍ରୀ ଗୋବିନ୍ଦ କଁହର, କନିଷ୍ଠ ଯନ୍ତ୍ରୀ ବ୍ରଜବିହାରୀ ମହାଙ୍କୁଡ, ଉମାକାନ୍ତ ସାହାଣୀ, ପଦ୍ମନାଭ ରାଉତ, ଯୋଗାଣ ନିରୀକ୍ଷକ ରୋହିତ ମାଝୀ, ବିପିସି ଅନନ୍ତ କୁମାର, କୃଷି ବିଭାଗ ଅଧିକାରୀ ବରୁଣ ଧାନଫୁଲଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ।ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ହରିଶ ଗୁଲାରୀ ଙ୍କ ନେତୃତ୍ୱ ରେ ତେନ୍ତୁଳୀଖୁଣ୍ଟି ଖୁଣ୍ଟି ପୋଲିସ ଶାନ୍ତି ଶୃଙ୍ଖଲା ରେ ସହଯୋଗତା କରିଥିଲେ l
ଶେଖର ଖୁରାଙ୍କ ରିପୋର୍ଟ, ନବରଙ୍ଗପୁର