ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦ‌: ଫେବ୍ରୁଆରି ୨ରେ ଜେଏମ୍ଏମ୍ ପକ୍ଷରୁ ୧୨ ଘଣ୍ଟା ମୟୂରଭଂଜ ବନ୍ଦ

ରାଇରଙ୍ଗପୁର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଛି । ଏନେଇ ଗୁରୁବାର ରାଇରଙ୍ଗପୁରଠାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଓଡ଼ିଶା ରାଜ୍ୟର ମୂଖ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦୂବରାଜ ନାଗ୍‌ଙ୍କ ସଭାପତିତ୍ୱରେ ବୈଠକ ହୋଇଛି। ନିଷ୍ପତ୍ତି ଅନୁସାରେ ଫେବ୍ରୁଆରି ୨ ତାରିଖରେ ୧୨ ଘଣ୍ଟା ମୟୂରଭଂଜ ବନ୍ଦ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଝାଡଖଣ୍ଡ ରାଜ୍ୟର ମୂଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଭଲ ଭାବେ ତଦନ୍ତ ନକରି ଗିରଫ କରିଥିବାରୁ ତାହାର ପ୍ରତିବାଦରେ ଫେବ୍ରୁଆରି ସକାଳ ୬ ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମୟୂରଭଂଜ ଜିଲ୍ଲାରେ ସମସ୍ତ ଦୋକାନ-ବଜାର, ସରକାରୀ-ବେସରକାରୀ କାର୍ଯ୍ୟଳୟ, ଯାନାବାହାନ ଚଳାଚଳ ବନ୍ଦ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଜରୂରୀ କାଳୀନ ସେବା ଯୋଗାଉଥିବା ଯାନ ବାହାନ ଚଳାଚଳ କରିବ।

Comments are closed.