ଜଗନ୍ନାଥ ପ୍ରସାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଜଣଙ୍କ ପ୍ରାଣହାନି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ ମୃତକ ଟ୍ରକର ଡ୍ରାଇଭର୍ ଓ ହେଲପର୍।

ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍ ଗଛରେ ପିଟି ହୋଇଥିଲା। ଏହାଫଳରେ ଟ୍ରକର ଡ୍ରାଇଭର୍ ଓ ହେଲପରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ତାରାସିଙ୍ଗି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ଟ୍ରକଟି ମହାରାଷ୍ଟ୍ରରୁ ପିଆଜ ନେଇ ବ୍ରହ୍ମପୁରକୁ ଆସୁଥିଲା। ଦୁଇ ମୃତକଙ୍କର ପରିଚୟ ମିଳିନାହିଁ।

Comments are closed.