ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନିଉଦିଲ୍ଲୀ : ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ ମୋଦି ପ୍ରଥମଥର ପାଇଁ ଇସ୍ରାଏଲ ଗସ୍ତ କରିବେ।  ପାଖାପାଖି ନଅ ବର୍ଷ ପରେ ଏହା ତାଙ୍କର ପ୍ରଥମ ଯାତ୍ରା। ଏହି ଗସ୍ତର ଉଦ୍ଦେଶ୍ୟ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ ବୋଲି ବିଶ୍ୱାସ କରାଯାଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଏହି ଗସ୍ତ ହେଉଛି। ପ୍ରତିରକ୍ଷା, ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଓ ଆତଙ୍କବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ମଧ୍ୟପ୍ରାଚ୍ୟର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏହି ଗସ୍ତକୁ ଭାରତର ବୈଦେଶିକ ନୀତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଭାରତରେ ଇସ୍ରାଏଲ୍ ରାଷ୍ଟ୍ରଦୂତ ରୁଭେନ ଆଜାର ନିଶ୍ଚିତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆନୁଷ୍ଠାନିକ ଭାବରେ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି, ଏହି ଗସ୍ତକୁ ସହଜ କରିବା ପାଇଁ ପ୍ରସ୍ତୁତି ଚାଲିଛି।

Comments are closed.