ବି.ବି.ନିୟୁଜ : ହର୍ମୁଜରେ ଭାରତକୁ ଇରାନ୍ର ଅନୁମତି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ ରୁଟରେ ଅଟକିବନି ଭାରତୀୟ ଜାହାଜ। ଭାରତ ପତାକା ଥିବା ଜାହାଜକୁ ଅନୁମତି ଦେବ ଇରାନ୍। ହର୍ମୁଜ ଜଳପଥ ଦେଇ ଭାରତୀୟ ଟ୍ୟାଙ୍କର ଆସିପାରିବେ। ଏ ନେଇ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।
ଇରାନ୍ ପ୍ରତିପକ୍ଷଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ପରେ ମିଳିଲା ଅନୁମତି। ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଏବଂ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା। ଏହା ପରେ, ଅତି କମରେ ଦୁଇଟି ଭାରତୀୟ ଟ୍ୟାଙ୍କର୍, ପୁଷ୍ପକ ଏବଂ ପରିମଲ୍, ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଛନ୍ତି।
ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଏବେ ୧୨ ଦିନରେ ପହଞ୍ଚିଛି। ବୃଦ୍ଧି ପାଉଥିବା ଉତ୍ତେଜନା ଫଳରେ ଏହି ଅଞ୍ଚଳରେ ଜାହାଜ ଚଳାଚଳ ଉପରେ କଟକଣା ଲଗାଇଛି ଇରାନ। ତେହେରାନ କହିଛି ଯେ କେବଳ ଆମେରିକା ଏବଂ ଇସ୍ରାଏଲୀ ସ୍ୱାର୍ଥ ସହିତ ଜଡିତ ନଥିବା ଜାହାଜଗୁଡ଼ିକ ସୁରକ୍ଷିତ ଭାବରେ ଯାଇପାରିବେ।