ଗଜପତି,୨୦.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ମିଶନ ଶକ୍ତି କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ବାଲ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ନିଃଶୁଳ୍କ ଖାଦ୍ୟ ବଣ୍ଟନ କେନ୍ଦ୍ର ସମେତ ଗୋଷାଣି ଓ କାଶୀନଗର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଉଦ୍ୟୋଗର କାର୍ଯ୍ୟକଳାପ ଅନୁଧ୍ୟାନ କରିଥିଲେ। ଗସ୍ତ ସମୟରେ କମିଶନର-ତଥା-ଶାସନ ସଚିବ କେ.ସୀତାପୁର ଗ୍ରାମ ପଞ୍ଚାୟତରେ ବିନ୍ଧ୍ୟଗିରିବାସିନୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ସାନିଟାରୀ ନାପକିନ୍ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ। ଏଠାରେ ଗୋଷ୍ଠୀର ମହିଳା ସଦସ୍ୟମାନେ ନିଜେ ସାନିଟାରୀ ନାପକିନ୍ ପ୍ରସ୍ତୁତ କରୁଛନ୍ତି। ସେହିପରି ଭୂମି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ସୁଭଦ୍ରା ଶକ୍ତି ଷ୍ଟିଚିଂ ୟୁନିଟ୍ ପରିଦର୍ଶନ କରି ସେଠାରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାରର ଟି-ସାର୍ଟ ଓ ପୋଷାକ ସାମଗ୍ରୀ ସମ୍ପର୍କରେ ଅବଗତ ହୋଇଥିଲେ।ଏଥି ସହିତ ମହେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ବାରାହୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମୂର୍ତ୍ତି ନିର୍ମାଣ ୟୁନିଟ୍ ପରିଦର୍ଶନ କରିଥିଲେ। ଏହି ୟୁନିଟ୍ରେ ବିଭିନ୍ନ ପ୍ରକାରର ମୂର୍ତ୍ତି ଓ ମାଟିରେ ନିର୍ମିତ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ବାଘଶାଳାସ୍ଥିତ ଟେରାକୋଟା ପ୍ରଡ୍ୟୁସର ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଟେରାକୋଟା ସାମଗ୍ରୀ ମଧ୍ୟ ଦେଖିଥିଲେ ଏବଂ ଏହି ପାରମ୍ପରିକ କଳା ଓ ଉତ୍ପାଦନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।ପରିଦର୍ଶନ ସମୟରେ ସଚିବ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଉଦ୍ୟୋଗର ଉନ୍ନତି ଓ ବ୍ୟବସାୟର ସମ୍ପ୍ରସାରଣ ଦିଗ ବିଷୟରେ ଆବଶ୍ୟକ ପରାମର୍ଶ ଦେଇଥିଲେ। ମହିଳାମାନେ କିପରି ଅଧିକ ଆତ୍ମନିର୍ଭରଶୀଳ ହେବା ସହ ‘ଲକ୍ଷପତି ଦିଦି’ରୁ ‘ମହାଲକ୍ଷପତି ଦିଦି’ ହୋଇପାରିବେ, ସେଥିପାଇଁ ବ୍ୟାଙ୍କ ଋଣ, ଏବଂ ଜିପିଏଲଏଫ୍ /ବିଲଏଫ୍ ମାଧ୍ୟମରେ ଉପଲବ୍ଧ ଋଣ ସୁବିଧାର ସଦୁପଯୋଗ କରି ନିଜର ବ୍ୟବସାୟକୁ ଆହୁରି ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ସେ ସମୁଦାୟ ସହାୟିକା ମାନଙ୍କ ସହ ଆଲୋଚନା କରି ତୃଣମୂଳ ସ୍ତରରେ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ବୁଝିଥିଲେ।ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମାନସ ରଞ୍ଜନ ପ୍ରଧାନ, ଗୋଷାଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ, ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ନାରାୟଣ ବେହେରା, କାଶୀନଗର ତହସିଲଦାର ଶ୍ରୀ ସୁଧୀର କୁମାର ନନ୍ଦ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡ଼ିଶା ଜୀବିକା ମିଶନ ଶ୍ରୀ ଟିମନ ବାରା, ଗୋସାଣୀ ସିଡ଼ିପିଓ ଶ୍ରୀମତୀ ନମିତା ମହାରଣା,ଗୋଷାଣୀ ବ୍ଲକ ପ୍ରକଳ୍ପ ପରିଚାଳକ ଶ୍ରୀ ଅମୃତ ପରିଚ୍ଛାଙ୍କ ସମେତ ବ୍ଲକ ସ୍ତରୀୟ ମିଶନ ଶକ୍ତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.