ପାରଳାଖେମୁଣ୍ଡି ରଥଯାତ୍ରାରେ ଅଘଟଣ ।

0

ଗଜପତି,୨୩.୭(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ରଥଯାତ୍ରାରେ ଅଘଟଣ , ମୃତ୍ ପରିବାର କୁ ଶାନ୍ତନା ଦେଲେ ବିଧାୟକ ପାରଳାଖେମୁଣ୍ଡି -ରାମଦଳିରେ ୧୭ ବର୍ଷୀୟ ନାବାଳକ ବିନୋଦ ବେହେରା ଙ୍କ ମୃତ୍ୟୁ ଖବର ପାଇ ଆଜି ତାଙ୍କ ବାସ ଭବନ ପହଞ୍ଚି ତାଙ୍କ ପିତା ମୋହନ ବେହେରା ଓ ସପରିବାର କୁ ଆଶ୍ଵାସନା ଦେଲେ ବିଧାୟକ ରୁପେସ ପାଣିଗ୍ରାହୀ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପବିତ୍ର ରଥଯାତ୍ରା ସମୟରେ ଏକ ଦୁଃଖଦ ଅଘଟଣ ଘଟିଛି ବୋଲି ବିଧାୟକ ଦୁଃଖ ପ୍ରକାଶ କରିଛନ୍ତି । ରାମଦଳିରେ ବସି ସମସ୍ତ ଙ୍କ ଭଳି ମଜା ନେଇସାରି ବାହାରକୁ ବାହାରିବା ସମୟ ରେ ଜଣେ ୧୭ ବର୍ଷୀୟ ନାବାଳକ ବିନୋଦ ଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ସହରରେ ଚର୍ଚ୍ଚା ସୃଷ୍ଟି ହୋଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ନାବାଳକ ଜଣକ ରାମଦଳିରୁ ଫେରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଇ ପାରାଯାଇନଥିଲା। ଏହି ମୃତ୍ୟୁ ପଛରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ରହିଥିବା ନେଇ ପରିବାର ପକ୍ଷରୁ ଦାବି କରାଯାଇଛି , ଏଥି ପ୍ରତି ବିଧାୟକ ପ୍ରଶାସନ ସହ ଆଲୋଚନା କରିବେ ବୋଲି ମୃତୁ ପରିବାର କୁ ଜଣାଇଛନ୍ତି ।

ଏହି ଘଟଣା ପରେ ରଥଯାତ୍ରା ସମୟରେ ବିଦ୍ୟୁତ ସୁରକ୍ଷା, ପ୍ରଶାସନିକ ପ୍ରସ୍ତୁତି ଏବଂ ଭିଡ଼ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ବିଧାୟକ ଜଣାଇଛନ୍ତି ।

Leave A Reply

Your email address will not be published.