ଭୁବନେଶ୍ୱର : ଜବଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କ ଆଖି ଖୋସି ହୋଇଗଲା । କାରଣ ବାହାରେ ସିଲିଣ୍ଡର ପାଇଁ ଲୋକେ ମୁଣ୍ଡଫଟା ଖରାରେ ଲମ୍ବା ଲାଇନ୍ ଲଗାଉଥିବା ବେଳେ ବସ୍ତିରୁ ମିଳିଲା ଶହ ଶହ ସିଲିଣ୍ଡର। ଭୁବନେଶ୍ୱର ଶ୍ୟାମପୁରରେ ଆଜି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଜବତ ହୋଇଛି ବିପୁଳ ପରିମାଣର ସିଲିଣ୍ଡର। ଗୋଟିଏ ଘରୁ ଶତାଧିକ LPG ସିଲିଣ୍ଡର ହେଲା ଠାବ ହୋଇଛି।
ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଆଜି ବଡ଼ଧରଣର ଜବରଦଖଲ ଉଚ୍ଛେଦ ଚାଲିଛି। ବୁଲିଲା ବିଡିଏ ବୁଲଡୋଜର। ଆଖି ପିଛୁଳାକେ ମାଟିରେ ମିଶିଲା ବଡ଼ ବଡ଼ ଘର। ବିଡିଏ ପକ୍ଷରୁ ଏହା ହେଉଛି ରାଜଧାନୀରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ।
ପ୍ରାୟ ୬୮ ଏକର ଜମିରେ ଥିବା ଏହି ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨୦ରୁ ଉର୍ଦ୍ଧ ପୋଲିସ ଅଫିସର ମୁତୟନ ହୋଇଛନ୍ତି। ବିଡିଏର ୧୫୦ଜଣିଆ ଟିମ ବି ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୧୦ଟି ଜେସିବି ଉଚ୍ଛେଦ କାମରେ ଲାଗିଛନ୍ତି।
ଏହି ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଜବରଦଖଲ କରି ମାଡ଼ି ବସିବା ସହ ବହୁ ସ୍ଥାୟୀ ନିର୍ମାଣ ବି କରାଯାଇଛି। ମାତ୍ର ଏବେ ଆକ୍ସନ ମୁଡକୁ ଆସିଛି ବିଡିଏ। ଆଜିଠୁ ୩ ଦିନ ଧରି ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିବ । କୌଣସି ଦଙ୍ଗା ସୃଷ୍ଟି ହେଲେ ତାହାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି।
Comments are closed.