ଖୋର୍ଦ୍ଧା: ଆଜି ଗୁରୁବାରଠାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ଅପରାହ୍ନରୁ ଆସନ୍ତାକାଲି ଶୁକ୍ରବାର ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ। ଏଥିରେ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଆଦର୍ଶ ବିଦ୍ୟାଳୟ ମଧ୍ୟ ବନ୍ଦ କରାଯିବ।
ଏ ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ବିଇଓଙ୍କୁ ଚିଠି କରିଛନ୍ତି। ଏଥିରେ କୁହାଯାଇଛି ଯେ, ବନ୍ୟା ଆଶଙ୍କା ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିପାଇଁ ଆଜି ଅର୍ଥାତ ଗୁରୁବାର ଦିନ ଅଧାଛୁଟି କରି ପିଲାଙ୍କୁ ଘରକୁ ଛାଡିଦେବା ପାଇଁ କୁହାଯାଇଛି।
ସେହିପରି ଶିକ୍ଷକ ତଥା ଅଣଶିକ୍ଷକଗଣ ସ୍କୁଲ ମଧ୍ୟରେ ରହିବେ। ସେମାନଙ୍କର ଆସନ୍ତା ଚାରିଦିନ ପାଇଁ ଛୁଟି ବାତିଲ କରାଯାଇଛି। ଶିକ୍ଷକ ତଥା କର୍ମଚାରୀ ସ୍କୁଲ ବିଲିଡିଂ ତଥା ଆନୁସଂଗିକ କାର୍ଯ୍ୟ ତଦାରଖ କରିବେ। ସେମାନେ ଚିବିଶ ଘଣ୍ଟା ସ୍କୁଲ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକ ଏହି ଦାୟିତ୍ବ ବଣ୍ଟନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ।
ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ପାଣିରେ ବୁଡି ରହିଥିବାର ଜଣାପଡିଛି। ଆଜି ଯଦି ଜୋର ବର୍ଷା ହୁଏ ତେବେ ସେହି ସ୍ଥାନ ଅବସ୍ଥା ସାଂଘାତିକ ହେବାର ସମ୍ଭାବନା ରହିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ସତର୍କତା ପାଇଁ ଏହି ଛୁଟି ଘୋଷଣା କରିଛନ୍ତି।
Comments are closed.