ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

0

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଖାରବେଳ ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଚାଲିଥିବା ସଡ଼କ, ସେତୁ ଓ ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଉପଯୋଗିତା ସ୍ଥାନାନ୍ତରଣ (Electrical Utility Shifting) ଜନିତ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ନେଇ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇଛନ୍ତି।

ଉକ୍ତ ବୈଠକରେ ଉପଯୋଗିତା ସ୍ଥାନାନ୍ତରଣ ଆକଳନ ପ୍ରସ୍ତୁତିରେ ବିଳମ୍ବ, ଡିପୋଜିଟ୍ କାର୍ଯ୍ୟରେ ତଦାରଖ ଶୁଳ୍କ, ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ପ୍ରଦାନ, କାର୍ଯ୍ୟ ସମ୍ପାଦନର ସମୟସୀମା ନିର୍ଦ୍ଧାରଣ, ବିଦ୍ୟୁତ ବିଚ୍ଛିନ୍ନତା (Shutdown) ଅନୁମତି, ଟ୍ରାନ୍ସଫର୍ମର ସ୍ଥାପନ, ରାସ୍ତା ଅଧିକାର କ୍ଷେତ୍ର (Right of Way) ମଧ୍ୟରେ ନୂତନ ୟୁଟିଲିଟି ସ୍ଥାପନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ରାଜ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ଜନସାଧାରଣଙ୍କୁ ଉନ୍ନତ ଭିତ୍ତିଭୂମି ସୁବିଧା ଯୋଗାଇବା ଦିଗରେ ଆବଶ୍ୟକ ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା।

ଏକ ବିକଶିତ, ସୁଦୃଢ଼ ଓ ଆଧୁନିକ ଓଡ଼ିଶା ଗଠନ ଲକ୍ଷ୍ୟରେ ସରକାର ପ୍ରତିବଦ୍ଧ।ଭିତ୍ତିଭୂମି କ୍ଷେତ୍ରରେ ଯେକୌଣସି ବାଧାକୁ ଦୂର କରି ଜନସ୍ୱାର୍ଥ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ଶୀଘ୍ର ଓ ସଫଳ କାର୍ଯ୍ୟାନ୍ୱୟନ ଆମର ସର୍ବୋଚ୍ଚ ପ୍ରାଥମିକତା।

ଏହି ଅବସରରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ,ଓପିଟିସିଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଟିପିସିଓଡିଏଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଟାଟା ପାୱାରର ଓଡ଼ିଶା ବିତରଣ ବିଭାଗର ମୁଖ୍ୟ ଗଜାନନ ଏସ୍. କାଲେ, ଟିପିଏନଓଡିଏଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.