ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା।

ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ।

ଆସାମ : ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା। ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ। ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର। ହିମନ୍ତଙ୍କ ସହ ଶପଥ ନେଇଛନ୍ତି ୪ କ୍ୟାବିନେଟ ମନ୍ତ୍ରୀ। ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ।

ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଶପଥ ସମାରୋହରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି। ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ସମାରୋହରେ ସାମିଲ ଅଛନ୍ତି।

ହିମନ୍ତଙ୍କ ସହ ଶପଥ ନେଇଥିବା ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ହେଲେ ବିଜେପି ନେତା ରାମେଶ୍ବର ତେଲି, ଅଜନ୍ତା ନେଓଗ, ଏଜିପି ସଭାପତି ଅତୁଲ ବୋରା ଏବଂ ବିପିଏଫ ବିଧାୟକ ଚରଣ ବୋରୋ।

Comments are closed.