ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ଚତୁର୍ଥ ହରଭଙ୍ଗା ଲୋକ ମହୋତ୍ସବ ମଙ୍ଗଳବାର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଉପସ୍ଥିତ ରହି ମହୋତ୍ସବକୁ ଉଦଘାଟନ କରିଥିଲେ l ମହୋତ୍ସବ କମିଟିର ସଭାପତି ସଂଗ୍ରାମ କେଶରୀ ବେହେରାଙ୍କ ସଭାପତିତ୍ୱ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅତିଥିମାନେ ହରଭଙ୍ଗାର ଐତିହ୍ୟ ଉପରେ ମତ ରଖିଥିଲେ l

ପ୍ରଥମେ ମା’ ରୁଦ୍ରକାଳୀଙ୍କ ଆଜ୍ଞl ମାଳ ଓ ମଶାଲ ରୀତିନୀତିରେ ପୂଜାର୍ଚ୍ଚନା କରି ମା’ଙ୍କ ମନ୍ଦିରରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ମହୋତ୍ସବ ପଡିଆରେ ଅବସ୍ଥାପିତ କରାଯାଇଥିଲା l ମଶାଲ ଶୋଭାଯାତ୍ରାରେ ପାରମ୍ପରିକ ଲୋକ ନାଚ, ବାଦ୍ୟ, କୃଷ୍ଣ ଗୁରୁ, ଶବର ନାଚ, ଦଣ୍ଡ ନାଚ,ପୁରୀର ଗୋଟିପୁଅ, ସମ୍ବଲପୁରୀ ଦୂଲଦୁଲି, ଅଘୋରୀ ନୃତ୍ୟ ରେ ପ୍ରକମ୍ପିତ ହୋଇଥିଲା। ହରିବୋଲ, ହୁଳହୁଳିରେ ଏକ ଭକ୍ତିମୟ ପରିବେଶ ମହୋତ୍ସବ ପଡିଆରେ ସୃଷ୍ଟି ହୋଇଥିଲା l

ଶୋଭାଯାତ୍ରାରେ ମହୋତ୍ସବ କମିଟିର ସଭାପତି ସଂଗ୍ରାମ କେଶରୀ ବେହେରା, ସମ୍ପାଦକ ସରୋଜ ଭୋକ୍ତା, ଗ୍ରାମ୍ୟ ଗୌନ୍ତିଆ ନାରାୟଣ ଦନାୟକ, ସରପଞ୍ଚ ଶକୁନ୍ତଳା ବେହେରା, ସମିତିସଭ୍ୟ ଚିତ ରଞ୍ଜନ ସେଠି, ଅନିଲ ସିଂ, ସୁଶୀଳ ଗୁପ୍ତା, ପ୍ରମୋଦ ଖମାରି, ମାନ ରଞ୍ଜନ ନାଏକ ପ୍ରମୁଖ, ସାତ ଗୋଟି ପଂଚାୟତ ହଜାର ହଜାର ଜନସାଧାରଣ ସାମିଲ ଥିଲେ l

ଆଞ୍ଚଳିକ ପଂଚାୟତ କଲେଜର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ରୋମାଞ୍ଚକର ହୋଇଥିଲା l ଉକ୍ତ ମହୋତ୍ସବ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ଚଟପଟି ଖାଦ୍ୟ ସହିତ, ମିନବଜାର, ରାମଦୋଳିର ମଜା ଲୋକମାନେ ଉଠାଇଥିଲେ।

Comments are closed.