ରାୟଗଡାର ବରିଷ୍ଠ ଜନନେତା ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତା ।

0

ରାୟଗଡା, ୨୩.୦୭.୨୦୨୬: ତାରିଖରେ ରାୟଗଡାର ବରିଷ୍ଠ ଜନନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ରାୟଗଡ ସ୍ଥିତ ତେଜସ୍ଵୀନି ଗ୍ରାଉଣ୍ଡ ରେ ଅତି ଉତ୍ସାହର ସହିତ ପାଳନ ହୋଇଯାଇଛି।
ରାୟଗଡା ବାସୀ ଓ ଆଖପାଖ ସହର ଓ ଗ୍ରାମରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ହୋଇ ଏହି ଶୁଭ ଅବସରରେ ଯୋଗଦେଇ ଶ୍ରୀଯୁକ୍ତ ଭାସ୍କର ରାଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଜନ୍ମଦିନର ଶୁଭେଚ୍ଛା ଓ ଶୁଭ କାମନା ଜଣାଇଥିଲେ ।


ସୂର୍ଯ୍ୟର ଆଲୋକକୁ କେହି ହାତରେ ଢାଙ୍କି ପାରନ୍ତି ନାହିଁ। ସେହିପରି ଜଣେ ବ୍ୟକ୍ତିଙ୍କର ସତ୍ କାର୍ଯ୍ୟ, ନାମ ଓ ସମ୍ମାନକୁ ମଧ୍ୟ କେହି ଅଟକାଇ ପାରିବେ ନାହିଁ।
ଶ୍ରୀ ଏନ୍. ଭାସ୍କର ରାଓ ସଦା ସର୍ବଦା ରାୟଗଡାର ବିକାଶ ଓ ଜନକଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି। ତାଙ୍କର ଦୃଢ଼ ଇଚ୍ଛାଶକ୍ତି, ନେତୃତ୍ୱ ଏବଂ ଅଭିଜ୍ଞତା ଆଗାମୀ ଦିନରେ ସମଗ୍ର ରାୟଗଡା ନିର୍ବାଚନମଣ୍ଡଳୀର ଉନ୍ନତିରେ ନୂଆ ଦିଗ ଦେଖାଇବ ବୋଲି ରାୟଗଡ ବାସୀଙ୍କ ବିଶ୍ୱାସ।ଜନ୍ମ ଦିନ ଅବସରରେ ରାୟଗଡ ବାସୀ
ଶ୍ରୀ ରାଓଙ୍କ ସୁସ୍ଥତା, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଜୀବନ କାମନା କରି।
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଛନ୍ତି ।
ରାୟଗଡ଼ାରୁ ଭି ଗୌରୀଶଙ୍କର ରାଓ ଙ୍କ ରିପୋର୍ଟ ।

Leave A Reply

Your email address will not be published.