ନଦୀର ପ୍ରଖର ଶ୍ରୋତରେ ଭାସି ଆସୁଥିଵା ବୃଦ୍ଧା : ଉଦୀୟମାନ ଯୁଵକ ମାନଙ୍କ ଦ୍ଵରା ଉଦ୍ଧାର !

0

ପଟ୍ଟାମୁଣ୍ଡାଇ ୨୭/୯- କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେକରି ପାରେ ବଳବନ୍ତ ଏହି ଉକ୍ତିଟି ପ୍ରମାଣିତ ହୋଇଛି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମରେ I ଆଜି ବାଲିପାଟଣା ଗ୍ରାମରେ ସମସ୍ତଙ୍କୁ ଚକିତ କଲା ଭଳି ଘଟଣା ଘଟିଛି ଏହାକୁ ନେଇ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚା ଲାଗି ରହିଛି I ପ୍ରକାଶଯେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ପଂଚାୟତ ଆଗଡ଼ିଆ ଗ୍ରାମରେ ବ୍ରାହ୍ମଣୀ ନଦୀର ଗଭୀର ସ୍ରୋତରେ ଭାସି ଆସୁଥିବା ଜଣେ ବୃଦ୍ଧାଙ୍କୁ ସ୍ଥାନୀୟ ସାହାସି ଉଦୀୟମାନ
ଯୁବକମାନେ ଅତି ସାହାସିକତାର ସହିତ ନଦୀର ପ୍ରଖର ସ୍ରୋତ ମଧ୍ୟରୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି I ଆଜି ବାଲିପାଟଣା ପଂଚାୟତ ଆଗଡିଆ ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ପ୍ରଖର ସ୍ରୋତରେ ଜଣେ ବୃଦ୍ଧା ଭାସି ଆସୁଥିବା ଦେଖି ସ୍ଥାନୀୟ ଲୋକମାନେ ହୋ ହାଲ୍ଲା କରିବାରୁ ସ୍ଥାନୀୟ ଯୁବକମାନେ ଏକ ଡଙ୍ଗା ଦ୍ୱାରା ନଦୀ ମଧ୍ୟକୁ ଯାଇ ପ୍ରଖର ସ୍ରୋତ ମଧ୍ୟରୁ ବୃଦ୍ଧାକୁ ଉଦ୍ଧାର କରି ଆଣିଥିଲେ ଏହା ପରେ ସ୍ଥାନୀୟ ଆଶା ଦିଦିଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଯୁଵକମାନେ ଆମ୍ବୁଲାନ୍ସ ଯୋଗେ ଆଣି ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ତେଵେ ନଦୀ ଗର୍ଭରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସାଧୀନ ଥିବା ବୃଦ୍ଧା ଜଣକ ହେଲେ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ କଳାଖଣ୍ଡ ଗ୍ରାମର କେ ସି ଦଳାଇ ବୋଲି ଜଣା ପଡିଛି I ତେଵେ ସେ ଆଜି ସକାଳେ ନଦୀ କୂଳକୁ ଶୌଚ ହେବା ପାଇଁ ଆସି ଅସାବଧାନତା ବଶତଃ ନଦୀର ପ୍ରଖର ସ୍ରୋତ ରେ ପଡି ଯାଇ ଭାସି ଆସିଥିବା ବୃଦ୍ଧା ଜଣକ ନିଜ ପ୍ରତିକ୍ରିୟାରେ କହିଛନ୍ତି I ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହି କି ଯେ ସମ୍ପ୍ରତି ବିଭିନ୍ନ ନଦୀରେ କୁମ୍ଭୀର ଉପଦ୍ରଵ ଦେଖିବାକୁ ମିଳୁଛି I କିନ୍ତୁ ଭରାନଦୀର ପ୍ରଖର ସ୍ରୋତରେ ବୃଦ୍ଧା ଜଣକ ପାଖାପାଖି ୨୨କିଲୋମିଟର ଅତିକ୍ରମ କରିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ପଂଚାୟତ ଆଗଡିଆ ଗ୍ରାମର ବ୍ରାହ୍ମଣୀ ନଦୀ ଗର୍ଭରୁ ବୃଦ୍ଧାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ! ତେବେ ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ଭାସି ଆସି ୭୦ବର୍ଷରୁ ଉର୍ଦ୍ଧ ବୃଦ୍ଧା ଜଣକ ଜୀବିତ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି I ଏହି ଘଟଣା ଦେଖି ସାଧାରଣ ଲୋକମାନେ ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ ବୋଲି ଆଲୋଚନା କରୁଛନ୍ତି I

Leave A Reply

Your email address will not be published.