ଡେସ୍କ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ସଂକ୍ରାନ୍ତ କମିଟିର ନୂଆଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇଛି। କମିଟି ଗଠନ ପରଠାରୁ ହୋଇଥିବା ଅଗ୍ରଗତିର ଏଥିରେ ସମୀକ୍ଷା ହୋଇଥିଲା। ଏହି କମିଟି ସାଂସଦ ପି ୱିଲସନଙ୍କ ନେତୃତ୍ୱରେ ଡିଏମକେ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲା। ଅପନା ଦଳର ସୋନେଲାଲଙ୍କ ଅଧ୍ୟକ୍ଷତା ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମଧ୍ୟ ଶ୍ରୀ କୋବିନ୍ଦଙ୍କୁ ଭେଟି ଏହି ପ୍ରସଙ୍ଗରେ ଦଳର ମତାମତ ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ଅବସରରେ ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଡ. ସୁଭାଷ ସି କାଶ୍ୟପ, ଲୋକସଭାର ପୂର୍ବତନ ମହାସଚିବ, ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Comments are closed.