ଗୋଟିଏ ରାତିରେ ଦୁଇ ମନ୍ଦିରରୁ ଚୋରି

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି।ଦୁର୍ବୃତ୍ତମାନେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥ ଚୋରି କରିନେଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ଶନି ମନ୍ଦିର ଓ ଧୋକୁଟା ଗ୍ରାମର ବନଦୁର୍ଗା ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି।ଦୁର୍ବୃତ୍ତମାନେ ଦୁଇଟି ଯାକ ମନ୍ଦିରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।

ଆଜି ସକାଳେ ସ୍ଥାନୀୟ ଲୋକମାନେ ଏହି ଘଟଣା ଦେଖିବାକୁ ପାଇଥିଲେ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ପୋକତୁଙ୍ଗା ଶିବ ମନ୍ଦିରରୁ ଚୋରମାନେ ଦାନ ବାକ୍ସ ଟେକିନେଇଥିଲେ। ସେହିପରି ଗତ ୨୧ତାରିଖ ରାତିରେ ପୋକତୁଙ୍ଗା ସେବା ସମବାୟ ସମିତିରୁ ଚୋରି ଉଦ୍ୟମ ହୋଇଥିଲା। ତେବେ ପୁଲିସର ନାଇଟ ପେଟ୍ରୋଲିଂ ଢିଲା ଯୋଗୁଁ ଚୋରମାନେ ସକ୍ରିୟ ହୋଇଉଠିଥିବା ଅଭିଯୋଗ ହେଉଛି।

Comments are closed.