ଗୋଶାଳା- ମୁଣ୍ଡୋଘାଟ ରାସ୍ତାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ଯା ସନ୍ଦେହ

ବୁର୍ଲା: ସମ୍ବଲପୁର ଜିଲ୍ଲା ଗୋଶାଳା- ମୁଣ୍ଡୋଘାଟ ରାସ୍ତା ମାଏଁ ଫୁଡ୍ ଡାଏରୀ ପାଖରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ଯକ୍ତିଜଣକ ସନ୍ତୋଷ ଖମାରୀ ବୋଲି ଜଣାପଡ଼ିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ଯା ସନ୍ଦେହ କରୁଛି ପୁଲିସ। ସେ ପଡ଼ିଥିବା ସ୍ଥାନରେ ମୁଁହରୁ କିଛି ରକ୍ତ ବାହାରିଥିବା ଦେଖିବାକୁ ମିଳିଛି।

ଏହି ଘଟଣା ହତ୍ଯା ଆଡକୁ ଇଙ୍ଗିତ ହେଉଛି। ମୃତଦେହ ପାଖରେ ଏକ ସାଇକେଲ ମଧ୍ଯ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକ ସନ୍ତୋଷ ଖମାରୀ ସ୍ଥାନୀୟ ଏକ ରାଇସ ମିଲରେ କାର୍ଯ୍ଯ କରୁଥିବାବେଳେ ତାଙ୍କର ଘର ବଡ ସିଂହାରୀ ଗାଁରେ ବୋଲି ଜଣାପଡ଼ିଛି |

Comments are closed.