ଘୁମୁସର ଗବେଷଣା ପ୍ରତିଷ୍ଠାନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କଲକାତା (୧/୨) : ଘୁମୁସର ଗବେଷଣା ପ୍ରତିଷ୍ଠାନ ର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ କାଳିଞ୍ଜି ସମାଜ କୁଳ ଗୃହରେ ଡ. ଶ୍ୟାମା ପ୍ରସାଦ ମିଶ୍ର ଙ୍କ ଆବାହକତ୍ଵରେ ଅନୁଷ୍ଠିତ ହେଇଯାଇଛି । ପ୍ରତିଷ୍ଠାନ ର ସଭାପତି ଡ. ସନ୍ତୋଷ କୁମାର ଆପଟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ରୂପେ ଘୁମୁସର ଗବେଷଣା ପ୍ରତିଷ୍ଠାନ ପଞ୍ଜିକୃତ ହେଇଥିବାରୁ ସମସ୍ତ କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ଆଜିର ବୈଠକରେ ସର୍ବସମ୍ମତି କ୍ରମେ ବ୍ରହ୍ମପୁର ସହର ରେ ଅବହେଳିତ ଅବସ୍ଥାରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୃଣ୍ଣାଙ୍ଗ ପ୍ରତିମୂର୍ତ୍ତି କୁ ଏକ ସମ୍ମାନଜନକ ସ୍ଥାନରେ ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ କୁ ନିବେଦନ କରାଯାଇ ଏକ ନେବେଦନ ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏତଦ ବ୍ୟତୀତ ଗଞ୍ଜାମ ଜିଲ୍ଲା ର ଶତାୟୁ ଅନୁଷ୍ଠାନ ଗୁଡିକୁ ସ୍ମାରକି ଅନୁଷ୍ଠାନ ର ମାନ୍ୟତା ପ୍ରଦାନ, ଘୁମସର ଗବେଷଣା ପ୍ରତିଷ୍ଠାନ ଘୁମସର ଅଞ୍ଚଳ ର ଐତିହାସିକ, ସାମାଜିକ, ଅର୍ଥନୈତିକ, ଧାର୍ମିକ, କଳାକୃତି ,ସ୍ଥାପତ୍ୟ ପ୍ରଭୃତିର ଇତିହାସ କୁ ଲୋକ ଲୋଚନଙ୍କୁ ଆଣିବାପାଇଁ ଗବେଷଣା ଧର୍ମୀ ପୁସ୍ତକ ପ୍ରକାଶ କରିବା , ବିଭିନ୍ନ ମହାବିଦ୍ୟାଳୟରେ ଘୁମୁସର ଇତିହାସ ସମ୍ପର୍କୀୟ ପାଠଚକ୍ର ଆୟୋଜନ କରିବା, ବିଦ୍ୟାଳୟ ସ୍ତରରେ ଘୁମୁସର ଇତିହାସ ସମ୍ପର୍କରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ବୈଠକରେ ଆଗାମୀ ବାର୍ଷିକ ଅଧିବେଶନ କନ୍ଧମାଳ ଜିଲ୍ଲାର ଟିକାବାଲିସ୍ଥିତ ଆର ଏମ ସି ଏସ ମହାବିଦ୍ୟାଳୟ ରେ ଆୟୋଜନ କରିବାପାଇଁ ଅନୁମତି ପ୍ରଦାନ କରିବାପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କୁ ପ୍ରସ୍ତାବ ଦେବାପାଇଁ ନିଷ୍ପତି ଗ୍ରହଣ କରାଗଲା ।
କୋଷାଧ୍ୟକ୍ଷ ଶ୍ରୀ ଦାମୋଦର ଷଡଙ୍ଗୀ ଙ୍କ ପ୍ରସ୍ତାବିତ ଆୟବ୍ୟୟ କୁ ମଞ୍ଜୁରୀ ପ୍ରଦାନ ସହ ନିର୍ଧାରିତ ସମୟ ମଧ୍ୟରେ ଅଡିଟ କାର୍ଯ୍ୟ ସମ୍ପନ୍ନ ହେଇଥିବାରୁ ଶ୍ରୀ ଷଡଙ୍ଗୀ ଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଠିକ ସେହିପରି ଗତ ବୈଠକରେ ଉପନିବେଶବାଦ ବିରୁଦ୍ଧରେ କନ୍ଧ ବିଦ୍ରୋହ ଶୀର୍ଷକ ଏକ ଜାତୀୟ ସଂପାନ ଏପିଲ-୨୦୨୬ ରେ ଭଞ୍ଜନଗର ରେ ଆୟୋଜନ କରିବାପାଇଁ ପ୍ରତିଷ୍ଠାନ ର ଆବାହକ ଡ. ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପ୍ରସ୍ତାବ କ୍ରମେ ଡ.ସନ୍ତୋଷ କୁମାର ଆପଟ ଙ୍କୁ ଜାତୀୟ ସମ୍ପାନ ଆବାହକ ଏବଂ ଡ.ଶିରିଷ କୁମାର ଷଡ଼ଙ୍ଗୀ ଙ୍କୁ ସଂପାନ ସଂଯୋଜକ ଦାଇତ୍ୱ ପ୍ରଦାନ କରାଯିବା ସହ ସାଧାରଣ ସମ୍ପାଦକ ଶ୍ରୀ ତପନ କୁମାର ମିଶ୍ର ଉପସ୍ଥାପନ କରିଥିବା ବାର୍ଷିକ ବିବରଣୀ କୁ ଅନୁମୋଦନ କରାଯିବା ପରେ ଶ୍ରୀ ନେତାଜି ବିଷୋୟୀ, ଶ୍ରୀ ଶୂଳପାଣି ଶତପଥୀ, ଡ.ରଶ୍ମିତା କୁମାରୀ ପଟ୍ଟନାୟକ, ଡ.ରବୀନ୍ଦ୍ର ନାଥ ପାଳ, ଶ୍ରୀ ବିଶ୍ୱଜିତ ସ୍ବାଇଁ, ଶ୍ରୀ ଶ୍ରବଣ କୁମାର ଗୌଡ଼, ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ଡ.ରବିନ୍ଦ୍ର କୁମାର ମିଶ୍ର, ଶ୍ରୀ ସନ୍ତୋଷ କୁମାର ଜେନା ଆଗାମୀ ଦିନରେ ଘୁମୁସର ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟକାରୀ କରିବାକୁ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମାର୍କରେ ଆଲୋଚନା କରିବାସହ ବିଭିନ୍ନ ପ୍ରସ୍ତାଵ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଜଗବନ୍ଧୁ ଜେନା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣକରିଥିଲେ ।ରିପୋର୍ଟ-ସନାତନ ମହାକୁଡ଼

Comments are closed.