ଭୁବନେଶ୍ବର: ୧୦ ଦଫା ଦାବି ନେଇ ଶହଶହ ଅଙ୍ଗନବାଡି କର୍ମୀ ରାଜଧାନୀର ଲୋୟର୍ ପିଏମଜିରେ ଆନ୍ଦୋଳନ କରୁଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ।ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ବି ସଂଘ ପକ୍ଷରୁ ଦାବି ହୋଇଛି। ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ବି ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ। ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯିବାକୁ ମଧ୍ୟ ଦାବି କରାଯାଇଛି। ଖାଲି ସେତିକି ନୁହେଁ, ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦାବି ସହ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ସେମାନେ।
Sign in
Sign in
Recover your password.
A password will be e-mailed to you.
Comments are closed.