ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ପିଏଫ୍ଏମ୍ଏସ୍ ତାଲିମ କାର୍ଯ୍ୟକ୍ରମ

ବାଲେଶ୍ୱର ,୨୩/୦୨(କୃଷ୍ଣ କୁମାର ମହାନ୍ତି) ଫକୀର ମୋହନ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶକ୍ରମେ ପିଏଫ୍ଏମ୍ଏସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଅମୁଲ୍ୟ କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଦ୍ଵାରା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ପରିଚାଳନା ପାଇଁ ପ୍ରଦତ୍ତ ଆର୍ଥିକ ରାଶିର ସ୍ୱଚ୍ଛ ବିନିଯୋଗ ନିମିତ୍ତ ପିଏଫ୍ଏମ୍ଏସ୍ ଏକ ଉତ୍ତମ ପରିଚାଳନା ବ୍ୟବସ୍ଥା ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଆଶୁତୋଷ ସିଂ ଓ ଅବିନାଶ ମିଶ୍ର ପ୍ରମୁଖ ବିଶେଷଜ୍ଞ ଯୋଗ ଦେଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଓ.ଡିଇ.ଓ ମାନଙ୍କୁ ପିଏଫ୍ଏମ୍ଏସ୍ ପରିଚାଳନା ପାଇଁ ତାଲିମ ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ କମଳାକାନ୍ତ ଓଝା, ବିଶ୍ଵବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ଼କ୍ଟର ପ୍ରତିମା ପ୍ରଧାନ ଓ ଡ଼କ୍ଟର ଜଗନ୍ନାଥ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପ୍ରଦୀପ କୁମାର ମୁଦୁଲି ଓ ତାପସ କୁମାର ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବାର ଦାୟିତ୍ବ ନିର୍ବାହ କରିଥିଲେ। ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ ।

ଶେଷରେ ବାଲେଶ୍ୱର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗୌରାଙ୍ଗ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.