ବୈତରଣୀରେ ପୁଣି ବଢ଼ିଲା ବନ୍ୟା ଜଳ। ଆଖୁଆପଦାରେ ବିପଦ ସଂକେତ ଉପରେ ଜଳସ୍ତର

ଭଦ୍ରକ :ବୈତରଣୀରେ ପୁଣି ବଢ଼ିଲା ବନ୍ୟାଜଳ, ତଳିଆ ଅଞ୍ଚଳକୁ ବଢ଼ିଲା ବିପଦ। ପୁଣି ଥରେ ବିପଦ ସଂକେତ ଅତିକ୍ରମ କରିଛି ବୈତରଣୀ ନଦୀ। ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ଆଜି ସକାଳ ୭ଟା ସୁଦ୍ଧା ନଦୀର ଜଳସ୍ତର ୧୮.୩୮ ମିଟରରେ ପହଞ୍ଚିଛି। ଫଳରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ।ଅନ୍ୟପଟେ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ଧୀରେ ଧୀରେ ବଢ଼ୁଛି। ରାଜଘାଟଠାରେ ବିପଦ ସଂକେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ୧୬.୫୦ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲାରେ ବର୍ଷା ଜାରି ରହିଥିବାରୁ ନଦୀଗୁଡ଼ିକର ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି।

Comments are closed.