କଟକ : କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ। ୬ ଘଣ୍ଟା ହେଲା ଜଳୁଛି ମାର୍କେଟ। ଅଗ୍ନିକାଣ୍ଡରେ ପୂରା ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି। ୩୦ରୁ ଅଧିକ ଦୋକାନରେ ନିଆଁ ଲଗିଛି। ପାଖରେ ଏକ ରଙ୍ଗ ଗୋଦାମ ରହିଛି। କଲର ଏବଂ ଟାରପୋଲିନ ପାଇଁ ନିଆଁ ଅଧିକ ଲାଗିଥିବା ସୂଚନା ମିଳିଛି।
୧୨ ଦମକଳ ବାହିନୀ ନିଆଁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ରୋବଟକୁ ମଧ୍ୟ ନିଆଁ ଲିଭାଇବା ପାଇଁ ନିୟୋଜିତ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବାବେଳେ କେଉଁ କାରଣ ପାଇଁ ଏତେବଡ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ।
ନିଆଁର ପ୍ରକୋପ ଏତେ ଜୋରରେ ଥିଲା ଯେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିଲାବେଳକୁ ମଧ୍ୟ ପ୍ରାୟତଃ ସମସ୍ତ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।ଏବେ ସାରା ଅଞ୍ଚଳ ଧୂଆଁମୟ ହୋଇ ପଡିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ ପାଇଁ ପ୍ରୟାସ ଜାରି ରଖିଛି।
Comments are closed.