ବି. ବି. ନିୟୁଜ : ଆଜି ଘୋଷଣା ହେବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ନିର୍ବାଚନ ତାରିଖ। ଆଉ କିଛି ସମୟ ପରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ହେବ ନିର୍ବାଚନ । ପ୍ରେସମିଟ୍ କରି ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତାଙ୍କ ଦଳ ସହିତ ସମ୍ପ୍ରତି ପାଞ୍ଚଟି ନିର୍ବାଚନୀ ରାଜ୍ୟ ଗସ୍ତ ସମାପ୍ତ କରି ସାରିଛନ୍ତି। ଏହି ଗସ୍ତ ସମୟରେ, ସେ ପାଞ୍ଚଟି ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ।
୫ ରାଜ୍ୟ ଭୋଟ୍ ତାରିଖ ଘୋଷଣା
- ଏପ୍ରିଲ ୨୩ ଓ ୨୯ ତାରିଖରେ ପଶ୍ଚିମବଙ୍ଗ ଭୋଟ୍
- ଦୁଇଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ନିର୍ବାଚନ
- ଏପ୍ରିଲ ୨୩ ତାରିଖରେ ତାମିଲନାଡୁରେ ଭୋଟ୍
- ତାମିଲନାଡୁରେ ବି ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ
- ଏପ୍ରିଲ ୯ରେ ଆସାମ, କେରଳରେ ଭୋଟ୍
- ଆସାମ ଓ କେରଳରେ ଏପ୍ରିଲ ୯ ତାରିଖରେ ଭୋଟ୍
- ଗୋଟିଏ ପର୍ଯ୍ୟାୟରେ ଉଭୟ ରାଜ୍ୟରେ ହେବ ଭୋଟ୍
- ଏପ୍ରିଲ ୯ ତାରିଖରେ ହେବ ପୁଡୁଚେରୀ ବିଧାନସଭା ନିର୍ବାଚନ
- ଗୋଟିଏ ପର୍ଯ୍ୟାୟରେ ହେବ ପଡୁଚେରୀ ଭୋଟ୍
- ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମେ’ ୪ରେ ଭୋଟ୍ ଗଣତି
- ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର
Comments are closed.