ପ୍ରଥମ ପାଞ୍ଚ-ପ୍ରଥମ ଥର ମତଦାନ କରୁଥିବା ଭୋଟର ସମ୍ମାନିତ

ଶିଲଂ,୨୭।୨ : ସୋମବାର ପୂର୍ବାହ୍ନରୁ ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ଚାଲିଛି। ମେଘାଳୟର ପାଞ୍ଚ ଜଣ ପ୍ରଥମ ଭୋଟରଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ମତଦାନ ବୁଥରେ ସମ୍ମାନିତ କରାଯାଇଥିଲା। ଏହା ସହିତ ପ୍ରଥମ ଥର ମତଦାନ କରୁଥିବା ଭୋଟରଙ୍କୁ ମଧ୍ୟ ମତଦାନ କେନ୍ଦ୍ରରେ ସମ୍ମାନୀତ କରାଯାଇଛି।  ମତଦାନକୁ ଉତ୍ସାହିତ କରିବା ପାଇଁ ନିର୍ବାଚନ ଆୟୋଗ ଏହି ସମ୍ମାନ ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ମତଦାନ ହାର ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି।

Comments are closed.