“ସଂକଳ୍ପ ଅଭିଯାନ” ଅବସରରେ ଜିଲ୍ଲାସ୍ତରୀୟ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

0

ନବରଙ୍ଗପୁର, ତା. ୨୯.୦୯.୨୦୨୬:(ଶେଖର ଖୁରା )“ସଂକଳ୍ପ ଅଭିଯାନ” ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ସମନ୍ୱୟରେ ଆଜି ସ୍ଥାନୀୟ ଆର୍‌.ସି.ଡି. ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁଙ୍କ ସମେତ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି କୁଞ୍ଜ ବୁହାରୀ ଦାଶ , ମାନ୍ୟବର ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୁପ୍ରିୟା ନାୟକ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଗାଇଡ୍‌ ଶିକ୍ଷକମାନେ ଉପସ୍ଥିତ ଥିଲେ।

ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଅନୁଷ୍ଠିତ ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରୁ ଚୟନିତ ମୋଟ ୬୦ ଜଣ ପ୍ରତିଭାଗୀ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିତର୍କ ପ୍ରତିଯୋଗିତାରେ ପ୍ରତିଭାଗୀମାନେ ନିଜର ଯୁକ୍ତି, ଚିନ୍ତନ ଓ ଅଭିବ୍ୟକ୍ତିର ଦକ୍ଷତା ପ୍ରଦର୍ଶନ କରିଥିବାବେଳେ, ଚିତ୍ରାଙ୍କନ ପ୍ରତିଯୋଗିତାରେ ନିଜର ସୃଜନଶୀଳ ଚିନ୍ତାଧାରା ଓ କଳାତ୍ମକ ପ୍ରତିଭାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିଥିଲେ। କୃତି ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l

ଏହି ଅବସରରେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ପ୍ରତିଭାଗୀମାନଙ୍କ ସହ ଭାବବିନିମୟ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କସଙ୍ଗତ ଚିନ୍ତନ, ସୃଜନଶୀଳତା, ଆତ୍ମବିଶ୍ୱାସ ଓ ସାମାଜିକ ସଚେତନତାର ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଥିବା ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

“ସଂକଳ୍ପ ଅଭିଯାନ”ର ଉଦ୍ଦେଶ୍ୟକୁ ଅଧିକ ପ୍ରଭାବଶାଳୀ ଭାବେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ପ୍ରତିଭା ଓ ସୃଜନଶୀଳତାକୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଦିଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଜିଲ୍ଲା ଶିକ୍ଷା ବିଭାଗର ସମନ୍ୱୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସୁଚାରୁ ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର

Leave A Reply

Your email address will not be published.