ଜିଲ୍ଲାସ୍ତରୀୟ ‘ଶିଶୁମାନଙ୍କ ପାଇଁ ଏକ ଦିନ ଟିଏ ’ ଓ ଟାସ୍କ ଫୋର୍ସ କମିଟି ବୈଠକ

0

ନବରଙ୍ଗପୁର, ତା. ୨୪.୦୯.୨୦୨୬(ସେଖର ଖୁିରା ):ଶିଶୁ ବିବାହ ଓ ଶିଶୁ ଶ୍ରମ ନିରୋଧ ସହିତ ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ କଲ୍ୟାଣ ତଥା କିଶୋର-କିଶୋରୀଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ‘ଶିଶୁମାନଙ୍କ ପାଇଁ ଏକ ଦିନ ଟିଏ ’ କାର୍ଯ୍ୟକ୍ରମ ଓ ଟାସ୍କ ଫୋର୍ସ କମିଟି ବୈଠକ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଶୋକ ମେହେତା କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସମାଜ ମଙ୍ଗଳ ବିଭାଗର ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ପାଢ଼ୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ତନୁଶ୍ରୀ ମିଶ୍ରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷା ବିଭାଗର ପ୍ରତିନିଧି, ଶିଶୁ କଲ୍ୟାଣ କମିଟି (CWC)ର ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲାରେ ଶିଶୁ ବିବାହ ନିରୋଧ, ଶିଶୁ ଶ୍ରମିକଙ୍କ ଚିହ୍ନଟ ଓ ନିରାକରଣ, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ କିଶୋର-କିଶୋରୀଙ୍କ ଅଧିକାର ଓ ସଶକ୍ତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଶିଶୁ ବିବାହ ରୋକିବା ଦିଗରେ ବିଭିନ୍ନ ବିଭାଗ ଓ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା, ସମ୍ଭାବ୍ୟ ଶିଶୁ ବିବାହ ଘଟଣାର ପୂର୍ବ ଚିହ୍ନଟ, ତ୍ୱରିତ ହସ୍ତକ୍ଷେପ, ସୂଚନାର ତ୍ୱରିତ ଆଦାନ-ପ୍ରଦାନ ଏବଂ ଆବଶ୍ୟକ ସ୍ଥଳେ ପ୍ରଚଳିତ ଆଇନ ଅନୁଯାୟୀ ଆଇନଗତ ପଦକ୍ଷେପ ଗ୍ରହଣ ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ସେହିପରି, ଶିଶୁ ଶ୍ରମ ନିରୋଧ ପାଇଁ ନିୟମିତ ଯାଞ୍ଚ ଓ ନିରୀକ୍ଷଣ, ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର ଓ ପୁନର୍ବାସନ ସହିତ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସମନ୍ୱିତ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

କିଶୋର-କିଶୋରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ବିଭାଗୀୟ ସମନ୍ୱୟରେ ବିଭିନ୍ନ ସଚେତନତାମୂଳକ ଓ ସହାୟତାମୂଳକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ବୈଠକରେ ଶିଶୁ ସୁରକ୍ଷା ସମ୍ପର୍କିତ ଅଭିଯୋଗ ଓ ସୂଚନା ମିଳିବା ମାତ୍ରେ ତ୍ୱରିତ ପଦକ୍ଷେପ ଗ୍ରହଣ, ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି ଏବଂ ଶିଶୁ ଅଧିକାରର ସୁରକ୍ଷା ପାଇଁ ତୃଣମୂଳ ସ୍ତରରେ ସଚେତନତା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।

ଶିଶୁ ବିବାହ ଓ ଶିଶୁ ଶ୍ରମ ଭଳି ସାମାଜିକ ସମସ୍ୟାର ନିରାକରଣ ସହିତ ଶିଶୁମାନଙ୍କ ଅଧିକାର, ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ, ସ୍ଥାନୀୟ ପ୍ରଶାସନ, ଶିକ୍ଷାନୁଷ୍ଠାନ, ଶିଶୁ ସୁରକ୍ଷା ବ୍ୟବସ୍ଥା ଏବଂ ସମାଜର ସମସ୍ତ ବର୍ଗଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.