କୋରାପୁଟ(ବିପିନ କୁମାର ହିଆଲ) ୧୮. ୦୬. ୨୬: ନିଟ୍ ୨୦୨୬ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଏହି ସେବା କେବଳ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ।
ପରୀକ୍ଷାର୍ଥୀମାନଙ୍କ ଯାତାୟାତ ସମସ୍ୟା ଦୂର କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ବସ୍ ଚଳାଚଳ ସୂଚୀରେ ବସ୍ ଛାଡିବା ସ୍ଥାନ, ସମୟ ଏବଂ ପରୀକ୍ଷା କେନ୍ଦ୍ରରେ ଓହ୍ଲାଇବା ସ୍ଥାନର ବିସ୍ତୃତ ବିବରଣୀ ପ୍ରଦାନ କରାଗଲା । ଏହି ସୂଚୀ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀମାନେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।