ବୋଟ୍‌ରେ ମାଛ ମାରିବା ବେଳେ ପ୍ରାଣ ହରାଇଲେ ଧୀବର

ଧାମରା: ଧାମରା ନିକଟସ୍ଥ ଜଳରାଶିରେ ବୋଟରେ ଜଣେ ଧୀବର ମାଛ ମାରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଧାମରା ସାମୁଦ୍ରିକ ଥାନାଧିକାରୀ କୃଷ୍ଣଚନ୍ଦ୍ର ଜାନି ସୂଚନା ଦେଇଛନ୍ତି। ରବିବାର ସକାଳ ସମୟରେ ସାବିତ୍ରୀ ନାମକ ଏକ ମାଛଧରା ବୋଟରେ ସୁଦାମ ମଳିକ(୫୫) ନାମକ ଜଣେ ଧୀବର ମାଛ ମାରୁଥିବା ସମୟରେ ପ୍ରାଣ ହରାଇଛନ୍ତି। ସଂପୃକ୍ତ ବୋଟ୍‌ଟି ବାଲେଶ୍ୱର ବଳରାମଗଡ଼ର ହୋଇଥିବା ବେଳେ ମୃତ ଧୀବର ସୁଦାମଙ୍କ ଘର ସୋରୋ ଥାନା ଅର୍ନ୍ତଗତ ଟେଣ୍ଟେଇ ଗ୍ରାମରେ। ଧାମରା ସାମୁଦ୍ରିକ ଥାନାଧିକାରୀ ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଦ୍ରକ ଜିଲା ମେଡିକାଲକୁ ପଠାଇଛନ୍ତି। କେଉଁ ପରିସ୍ଥିତିରେ ଧୀବର ଜଣକ ପ୍ରାଣ ହରାଇଲେ ତାହାର ବିଧିବଦ୍ଧ ତଦନ୍ତ ଚାଲିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବୋଟ୍‌ଟିର ମାଲିକ ଆସି ନଥିବା ବେଳେ ସୁଦାମଙ୍କ ପରିବାର ମଧ୍ୟ ପହଞ୍ଚ ନଥିବା ଜଣାଯାଇଛି। ଏନେଇ ଧାମରା ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

 

Comments are closed.