ଓଡିଶା ପ୍ରଶାସନର ବ୍ୟାପକ ସଜାଗ ସତ୍ୱେ ଗଜପତିର 6 ଗୋଟି ଗ୍ରାମର ଶତାଧିକ ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଲେ ।

0

ଗଜପତି 5/11(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଓଡିଶା ପ୍ରଶାସନର ବ୍ୟାପକ ସଜାଗ, ଚେକପୋଷ୍ଟ, ପେଟ୍ରୋଲିଂ ବ୍ୟବସ୍ଥା ସତ୍ୱେ ଗଜପତି ଜିଲ୍ଲାର 6 ଗୋଟି ଗ୍ରାମର ଶତାଧିକ ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ସୂଚନା ମିଳିଛି । ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର 6 ଗୋଟି ଗ୍ରାମରେ ଉପ-ଜିଲ୍ଲାପାଳ ଭଗବତ ସାମଲକଲ୍ୟାଣ ରାଓ, ଏଡିଏମ ଫାଲ୍ଗୁନୀ ମାଝୀ, ରାୟଗଡ ବିଡ଼ିଓ ସନ୍ତୋଷ ବାରିକ, ତହସିଲଦାର ସୁକାନ୍ତ ପ୍ରଧାନ, ଏସଡିପିଓ ମାଧବାନନ୍ଦ ନାୟକ, ଗାରାବନ୍ଧ ଆଇଆଇସି ପ୍ରଶାନ୍ତ କୁମାର ନିଶିକା ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ମାଣିକପାଟଣା, ମାଧିଆଖୋଲ, ଗୁରୁଖୁଡି, ଗୁରୁସିଂ, ଅମରାସିଂ ଓ ଆଖଡ଼ା ଆଦି 6 ଗୋଟି ଗ୍ରାମରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସମ୍ପୂର୍ଣ ସଜାଗ ରହି ଚେକପୋଷ୍ଟ ଓ ପେଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରିଥିଲେ ।

ଯେପରିକି ଏହି ଅଞ୍ଚଳର କୌଣସି ବି ଓଡିଶାର ଗଜପତି ଜିଲ୍ଲାର ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ. ତଥାପି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାର 6 ଗୋଟି ଗ୍ରାମର ଶତାଧିକ ଓଡିଶା ଭୋଟରମାନେ ଭୋଟ ଦେଇଛନ୍ତି ବୋଲି ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଜି ଅତ୍ୟନ୍ତ ଦୃଢତାର ସହ ପ୍ରକାଶ କରିଛନ୍ତି. ଶ୍ରୀ କାର୍ଜି କହିଛନ୍ତିଯେ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆଖଡ଼ା, ମାଧିଆଖୋଲ 3 ଗୋଟି ଗ୍ରାମର ଲୋକେ ଆନ୍ଧ୍ରର ସାବାକୋଟା ଭୋଟ କେନ୍ଦ୍ରରେ, ଗୁରୁ ସିଂ ଓ ଅମାରଙ୍ଗୀ ଗ୍ରାମର ଭୋଟରମାନେ ସିପି ଭୋଟ କେନ୍ଦ୍ରରେ ଏବଂ ଗୁଡୁଖୁଡି ଗ୍ରାମର ଭୋଟରମାନେ ଆନ୍ଧ୍ର ଗୁଡାରସିଂ ଭୋଟ କେନ୍ଦ୍ରରେ ଆଜି ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ଭୋଟ ପ୍ରଦାନ କରିଛନ୍ତି. ଏହି 6 ଗୋଟି ଗ୍ରାମରୁ ଶତାଧିକ ଗଜପତିବାସୀ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଛନ୍ତି. ଏହାର ମୁଖ୍ୟ କାରଣ ହେଲା ଆନ୍ଧ୍ର ସରକାରଙ୍କ ଆମ୍ମାଓଡି ଯୋଜନାରେ ପାଠ ପଢ଼ୁଥିବା ଛାତ୍ରମାନଙ୍କୁ ବାର୍ଷିକ 15 ହଜାର ଟଙ୍କା, ମାଗଣା ପୋଷାକ ଓ ସମସ୍ତ ବହି ପତ୍ର, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଓଡିଶାରେ 1 ହଜାର ଟଙ୍କା ଦିଆ ଯାଉଥିବା ବେଳେ ଆନ୍ଧ୍ରରେ 4 ହଜାର ଟଙ୍କା ପ୍ରଦାନ ଏଭଳି ଆନ୍ଧ୍ର ସରକାରଙ୍କ ବହୁ ଲାଭଜନକ ଯୋଜନାରେ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ଆଗ୍ରହ ପ୍ରକାଶ କରି ଆନ୍ଧ୍ରର ବିଭିନ୍ନ ନିର୍ବାଚନରେ ଗତ 10 ବର୍ଷରୁ ଉର୍ଦ୍ଧ ହେଲା ଭାଗ ନେଇ ଆସୁଛନ୍ତି ବୋଲି ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜି ପ୍ରକାଶ କରି କହିଛନ୍ତି ଆଜି ସକାଳେ ଗଜପତି ଜିଲ୍ଲାର ପ୍ରଶାସନିକ ଓ ପୋଲିସଟିମ ପହଞ୍ଚିବା ପୂର୍ବରୁ ଭୋର ସକାଳ 5 ଘଣ୍ଟା ପୂର୍ବରୁ ଉପରୋକ୍ତ ଗ୍ରାମ ଗୁଡିକର ଲୋକମାନେ ଭୋଟ ଦେବାକୁ ଆନ୍ଧ୍ର ଚାଲି ଯାଇଥିଲେ. ହେଲେ ଏହାକୁ ଗଜପତି ଏଡିଏମ ଫାଲ୍ଗୁନୀ ମାଝୀ ଅସ୍ବୀକାର କରିଛନ୍ତି. ସେ କହିଛନ୍ତି ଆଜି ମୋର ନେତୃତ୍ୱରେ ଗୁରୁସିଂ ଓ ଓମାରଙ୍ଗୀ ଠାରେ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ସଜାଗ ରହି ଯେପରି ଏହି ଅଞ୍ଚଳର ଲୋକେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗ ନ ନିଅନ୍ତି ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିସହ ଅର୍ଣ୍ଣବ ବାତ୍ୟାଜନିତ ରିଲିଫ ପାଇଁ ପ୍ରତି ପରିବାରକୁ 50 କେଜି ଚାଉଳ ଓ 2 ହଜାର 500 ଟଙ୍କା ପ୍ରଦାନ କରାଯାଇଥିଲା. ଏଥିରେ ଏହି 2 ଟି ଗ୍ରାମର ସମସ୍ତ ଲୋକ ଉପସ୍ଥିତ ଥିଲେ. ଠିକ ଏହିପରି ବ୍ୟବସ୍ଥା ଅନ୍ୟ ସମସ୍ତ ଗ୍ରାମରେ ହୋଇଛି । ତେଣୁ ଓଡିଶାର କୌଣସି ଭୋଟର ଆନ୍ଧ୍ର ନିର୍ବାଚନରେ ଭାଗ ନେଇ ନାହାନ୍ତି ବୋଲି ଗଜପତି ଏଡିଏମ ଶ୍ରୀ ମାଝୀ ଅତ୍ୟନ୍ତ ଦୃଢତାର ସହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.