ଗଜପତି ,୧୨।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ସଦର ମହକୁମାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ସହରର ମୁଖ୍ୟ ରାସ୍ତାକଡ଼ ଓ ବିଭିନ୍ନ ସାହିରେ ଅଳିଆ ଆବର୍ଜନା ଜମା ହୋଇ ରହିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯିବା ପରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଜେସିବି ମେସିନ୍ ସାହାଯ୍ୟରେ ଅଳିଆ ଆବର୍ଜନା ସଫା କରାଯାଉଥିବା ଦେଖାଯାଇଛି।ତେବେ ମୋହନା ସହରରେ ଅଳିଆ ଆବର୍ଜନାର ପ୍ରକ୍ରିୟାକରଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସଂଗୃହୀତ ଆବର୍ଜନାକୁ ସହରଠାରୁ ଦୂରରେ ଫିଙ୍ଗାଯାଉଛି। ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।ସ୍ୱଚ୍ଛତା ବଜାୟ ରଖିବା ସହ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ମୋହନାରେ ତୁରନ୍ତ ଏକ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏଥିସହ ସହରର ମୁଖ୍ୟ ରାସ୍ତା, ସାହି ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ନିୟମିତ ସଫେଇ କାର୍ଯ୍ୟ ଜାରି ରଖିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।ସ୍ୱଚ୍ଛ ମୋହନା ଗଠନ ପାଇଁ କେବଳ ଅଳିଆ ହଟାଇବା ନୁହେଁ, ଏହାର ସୁବ୍ୟବସ୍ଥିତ ପରିଚାଳନା ଓ ପ୍ରକ୍ରିୟାକରଣ ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.