ପ୍ରଶାସନର ବାରଣକୁ ଫୁ’! ଆନ୍ଧ୍ରରେ ଭୋଟ୍ ଦେଲେ ୧୮୫ ଓଡ଼ିଆ

ଗଜପତି ଜିଲ୍ଲା ପ୍ରଶାସନର ସବୁ ଉଦ୍ୟମ ଫେଲ୍ ।

0

ଗଜପତି,୨୭/୧୧ (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ ସଚେତତା, ସଜାଗ ଓ ବାରଣ ସତ୍ତ୍ୱେ ଓଡ଼ିଶାର ଗଜପତି ଜିଲ୍ଲାର ଛଅ ଗୋଟି ଗ୍ରାମରୁ ୧୮୫ ଜଣ ଓଡ଼ିଆ ଭୋଟର୍ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ସୂଚନା ମିଳିଛି। ଗତକାଲି ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ମନ୍ଦୁସା ମଣ୍ଡଳରେ ସରପଞ୍ଚ ଓ ୱାର୍ଡ ମେମ୍ବର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଓଡ଼ିଶାର ଗଜପତି ଜିଲ୍ଲାରୁ ତିନିଜଣ ଆନ୍ଧ୍ରର ୱାର୍ଡ ମେମ୍ବର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ।
ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଏହି ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ତଥା ଗଣପତି ଜିଲ୍ଲାର କୌଣସି ଭୋଟର୍ ଭୋଟ ନ ଦେବା ପାଇଁ ସଚେତନ କରାଯାଇ ବାରଣ କରାଯାଇ ଥିଲା। ଏଥିସହ ଗଜପତି ପ୍ରଶାସନ ତରଫରୁ ରାୟଗଡ଼ା ବିଡ଼ିଓ ତହସିଲଦାରଙ୍କ ସମେତ ଗଜପତି ପୋଲିସ ଆନ୍ଧ୍ର ସୀମାନ୍ତର ଗଙ୍ଗବାଡ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରେ ସଜାଗ ରହିଥିଲେ ସୁଧା ଓଡିଶା ଗଜପତିର ଛଅ ଗୋଟି ଗ୍ରାମରୁ ୧୮୫ ଜଣ ଭୋଟର୍ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ୱାର୍ଡ ମେମ୍ୱର ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲାର ମାଣିକପାଟଣା, ଗୁଡ଼ିଖୁଡି, ମଧ୍ୟାଖୋଲ, ବୁରୁସିଂ, ଆତଡା, ଅମାରଙ୍ଗି ଆଦି ଛଅ ଗୋଟି ଗ୍ରାମରୁ ୧୮୫ ଜଣ ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଛନ୍ତି। ଓଡିଶାର ଏହି ଭୋଟର୍ ମାନଙ୍କୁ ଗତ ୨୫ ତାରିଖ ଅପରାହ୍ନରୁ ଆନ୍ଧ୍ରର ଭୋଟ କେନ୍ଦ୍ରକୁ ନିଆଯାଇ ୨୬ ତାରିଖ ରେ ଅନୁଷ୍ଠିତ ସରପଞ୍ଚ ଓ ୱାର୍ଡ ମେମ୍ବର ନିର୍ବାଚନରେ ଭୋଟ ଦେବା ପାଇଁ ପୂର୍ବ ଯୋଜନା ଅନୁଯାୟୀ ସୁରକ୍ଷିତ ଭାବେ ରଖା ଯାଇଥିଲା। ଗଜପତି ପ୍ରଶାସନ ତରଫରୁ ରାୟଗଡ଼ା ବିଡ଼ିଓ, ତହସିଲଦାରଙ୍କ ଏବଂ ଓଡିଶାର ପୋଲିସ ଦଳ ଗତକାଲି ୨୬ ତାରିଖ ସକାଳ ୮ ଘଣ୍ଟ ବେଳେ ପହଞ୍ଚି ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଓଡିଶାର ଗଙ୍ଗାବାଡ ପଞ୍ଚାୟତର ସମସ୍ତ ଗ୍ରାମରେ ସଜାଗ ଥିଲେ ହେଲେ ପୂର୍ବ ଦିନରୁ ଗଜପତି ଜିଲ୍ଲା ଛାଡ଼ି ଆନ୍ଧ୍ରରେ ଲୁଚି ରହିଥିବା ଓଡିଶାର ୬ ଗୋଟି ଗ୍ରାମର ଭୋଟର୍ ଆନ୍ଧ୍ରରେ ଭୋଟ ଦେଇ ଗଜପତିକୁ ଫେରିଥିଲେ। ଏହି ନିର୍ବାଚନର ଫଳାଫଳ ଗତକାଲି ସନ୍ଧ୍ୟା ୫ଟା ସମୟରେ ଘୋଷିତ ହୋଇଥିଲା। ଏଠାରେ ଉଲ୍ଲେଖ୍ୟ ଯୋଗ୍ୟଯେ ଗଜପତି ଜିଲ୍ଲାର ଗଙ୍ଗବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମର ଗୁରୁନାଥ ଶବର ଓ ବିପ୍ର ଶବର ଆନ୍ଧ୍ରର ସାବାକୋଟା ଗ୍ରାମର ୱାର୍ଡ ମେମ୍ବର ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥିସହ ଗଜପତି ଜିଲ୍ଲାର ଗୁଡୁଖୁଡ଼ି ଗ୍ରାମର ଶଙ୍କର ଶବର ମଧ୍ଯ ଆନ୍ଧ୍ରର ବୁଢ଼ାରସିଂ ଗ୍ରାମର ୱାର୍ଡ ମେମ୍ବର ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ହେଲେ ଏହି ୩ ଜଣ ଓଡିଶାର ପ୍ରତିଦ୍ବନ୍ଦି ଆନ୍ଧ୍ରର ନି୍ବାଚନରେ ହରି ଯାଇଥିବା ଜଣା ପଡ଼ିଛି। ବର୍ତ୍ତମାନ୍ ଗଜପତି ଜିଲ୍ଲା ପ୍ରଶାସନ ଏହି ନିର୍ବାଚନରେ ଓଡ଼ିଶାର ଗଜପତି ଜିଲ୍ଲାର କେଉଁ ଗ୍ରାମରୁ କେତେ ଜଣ ଭୋଟ ଦେଇଛନ୍ତି ତାହାର ସମ୍ପୂର୍ଣ୍ଣ ସମୀକ୍ଷାରେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି। ଏଥରେ ସ୍ମରଣ ଯୋଗ୍ୟ ଯେ ବର୍ତ୍ତମାନ୍ ଆନ୍ଧ୍ର ଭୋଟରେ ଭାଗ ନେଇ ଥିବା ସମସ୍ତ ୧୮୫ ଭୋଟର ଓଡିଶାର ମୂଳ ବାସିନ୍ଦା ଅଟନ୍ତି ଏବଂ ଏମାନଙ୍କ ଠାରେ ଓଡିଶାର ଆଧାର କାର୍ଡ ରହିଛି। ସେମାନେ ସମସ୍ତେ ଓଡ଼ିଶା ସରକାରଙ୍କ ସବୁ ଯୋଜନାରୁ ସୁବିଧା ଓ ସୁଫଳ ପାଇ ଆସୁଛନ୍ତି ଏପରିକି ଗତ ଅର୍ଣ୍ଣବ ବାତ୍ୟା ରିଲିଫ୍ ରେ ଗଙ୍ଗାବାଡ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମବାସୀ ୫୦ କିଲୋ ଚାଉଳ ଓ ଡାଲି ୨୫୦୦ ଟଙ୍କା କ୍ଷତପୂରଣ ମଧ୍ୟ ପାଇଛନ୍ତି। ତଥାପି ସେମାନେ ଆନ୍ଧ୍ର ଭୋଟରେ ଭାଗ ନେଇଛନ୍ତି। ଆଗାମୀ ଦିନରେ ସମ୍ପୃକ୍ତ ଘଟଣା ନେଇ ଗଜପତି ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରିବେ ତାହାକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.