ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା

ଦାରିଙ୍ଗବାଡି, : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ ମହୁଲ ଫୁଲ ଗଛ ପଡି ସିମନବାଡିଠାରୁ ବୁଡ଼ାଗୁଡା ରାସ୍ତା ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଥିଲା। ସେହି ଅଞ୍ଚଳରେ ମୋବାଇଲ ସେବା ଅଚଳ ଯୋଗୁ ଅଗ୍ନିଶମ ବିଭାଗକୁ ସୂଚନା ଦେବା ସମ୍ଭବ ହୋଇ ନ ଥିଲା। ଫଳରେ ଲୋକେ ବହୁ ସମୟ ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଲୋକେ କୋଟଗଡ଼ ବ୍ଲକ ପକାରୀ ଦେଇ ବୁଲି ବୁଲି ଦାରିଙ୍ଗବାଡିକୁ ଯାଇଥିଲେ। ପରେ ଗ୍ରାମବାସୀ ମିଳିତ ହୋଇ ରାସ୍ତାରୁ ଗଛକୁ କାଟି ସଫା କରିଥିଲେ। ବିଳମ୍ବରେ ଅଗ୍ନିଶମ ବିଭାଗ ଶୁଣି ସେଠାକୁ ଯାଉଥିବା ବେଳେ ରାସ୍ତା ଅବରୋଧ ହଟିଥିବା ଶୁଣି ଅଧା ବାଟରୁ ଫେରିଥିବା ଜଣାପଡ଼ିଛି।

Comments are closed.