ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି।

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସେ ଏବେ କିମ୍‌ସ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି। ‌ତାଙ୍କର ବ୍ରେନଡେଡ୍ ହୋଇଥିବା ତାଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ଥିବା ଡା. ରାଉତଙ୍କର ଗତ ୧୮ତାରିଖ ରାତିରେ ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ହୃଦ୍‌ଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଆଶୁ ଚିକିତ୍ସା ପରେ ତାଙ୍କୁ କିମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ବାରା ତାଙ୍କର ଚିକିତ୍ସା ଚାଲିଛି। ଆଜି ସକାଳେ ହଠାତ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲେ ହେଁ ଏବେ ସ୍ଥିର ଅଛି। ଦାମ ରାଉତ ଗୁରୁତର ହୋଇଥିବା ଜଣାପଡ଼ିବା ପରେ ଏବେ ହସ୍ପିଟାଲକୁ ତାଙ୍କ ଶୁଭେଚ୍ଛୁଙ୍କ ସୁଅ ଛୁଟୁଛି। ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ସୁର ରାଉତରାୟ, ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Comments are closed.