ରାୟଗଡା ଜିଲ୍ଲା ରେ ବିପଦ ରେ କମ୍ୟୁନିଟୀ ହଲ

0

ରାୟଗଡା, ଭି ଗୌରୀଶଙ୍କର : ରାଓଉଦଘାଟନ ପୂର୍ବ ରୁ ନଦୀ ଗର୍ଭ ରେ ଲୀନ ହେଇ ଯିବ କି କମ୍ୟୁନିଟୀ ହଲ ଏହି ପ୍ରଶ୍ନ ଉଠୁଛି ସାଧରଣ ଜନତା ଙ୍କ ମନ ରେ। ରାୟଗଡ଼ା ବ୍ଲକ ରେ ପ୍ରାୟ ଏକ କୋଟି ଚାଳିଶି ଲକ୍ଷ ବିନିମୟ ରେ ନାଗାବଳୀ ନଦୀ କଡ ରେ ସ୍ଥାନୀୟ ମାଙ୍କଡ଼ ଝୁଲା ଠାରେ।ଏହି କମୁନିଟୀ ହଲ ବିପଦ ବର୍ତ୍ତମାନ ବିପଦ ରେ ପଡୁଛି କି ପ୍ରଶ୍ନ,ନାଗାବଳୀ ନଦୀ ଗର୍ଭ ରେ ନିର୍ମାଣ କାମ ସରିଛି ହେଲେ ଉଦଘାଟନ ହେଇ ପାରୁନି। ନଦୀ ରେ। ଲୀନ ହେବ ଭଳି ଆଶଙ୍କା ଲାଗୁଚି।ବର୍ଷା ଆସିଲେ ପୁରା ଆଖ ପାଖ ପାଣି ରେ ବୁଡି ଯାଏ,ପୁଣି ନାଗାବଳୀ ନଦୀ ରେ ବନ୍ୟା ଆସିଲେ ମାଟି ଅତଡା ଖସେ। ଏହି ଠାରେ ପ୍ରଶ୍ନ ଗୋଟିଏ କିପରି ଜିଲ୍ଲା ପ୍ରସାଶନ ପୌର ପରିଷଦ, ବି ଡି ଓ, ତହସିଲଦାର,ଗ୍ରାମ୍ୟ ନିର୍ବାହୀ ଅଧିକାରୀ କୋଠା ନିର୍ମାଣ କଲେ,ଏହି କମ୍ୟୁନିଟୀ ହଲ ର ପାଚେରି କାମ ମଧ୍ୟ ସରି ନାହିଁ କୋଠା ଠାରୁ ପ୍ରାୟ 10 ରୁ 12 ମିଟର ଦୂରରେ ମାଟି ଅତଡା ଖସୁଛି ଯାହା ଦ୍ୱାରା ପାଚାରି କାର୍ଯ୍ୟ କରାଗଲେ କୋଠା କୁ ବିପଦ ରହିବାର ଆଶଙ୍କା ରହିଛି। ସାଧାରଣ ଜନତା ଙ୍କ ମନ ରେ ପ୍ରଶ୍ନ ଉଠୁଛି କିଏ ୟେ ଜାଗା ନିରୂପଣ କରିଥିଲେ ଯାହା ଦ୍ୱାରା ସରକାର ଙ୍କ କୋଟି କୋଟି ଟଙ୍କା ନାଗାବଳୀ ନଦୀ ଗର୍ଭ ରେ ଲୀନ ହେବ,।ନିର୍ମାଣ ହେଇ 2 ବର୍ଷ ହେଲାଣି କିନ୍ତୁ ଜିଲ୍ଲା ପ୍ରସାଶନ ତଦାରଖ କରି ବାକୁ ଆସୁନାହାନ୍ତି। ନିକଟ ରେ ଜିଲ୍ଲା ସଦର ଠାରେ ଏକ ଫୁଡକର୍ଟ ନିର୍ମାଣ କରାଯାଇ ଥିଲା ଯାହା କି ନିର୍ମାଣ ହେଇ କି ଦେଢ଼ ବର୍ଷ ପରେ ମନ୍ୟନର ଖଣି ,ପରିବହନ, ଇସ୍ପାତ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆସି ଉଦ୍ଘାଟନ କରି ଯାଇ ଚନ୍ତି,ଏଇଠି ସାଧାରଣ ମନ ରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଛି ଜିଲ୍ଲା ପ୍ରକଳ୍ପ ନିର୍ମାଣ ପରେ କାହିଁକି ଉଦ୍ଘାଟନ ପାଈ ସମୟ ଲାଗୁଛି

Leave A Reply

Your email address will not be published.