ଭଞ୍ଜନଗର (୨୩/୧୧) :ବୌଦ୍ଧ ସହରସ୍ଥିତ ପାରିଜାତ ପ୍ୟାଲେସ ସମ୍ମିଳନୀ କକ୍ଷରେ ନୀଳଚକ୍ର ସାହିତ୍ୟ ସଂସଦ, ବୌଦ୍ଧଚକ୍ର ଓ ଭାବ ସମ୍ରାଟର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ପ୍ରତିଷ୍ଠାତା ଡ଼ ଇଂଜିନିୟର ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଆଲୋଚନାଚକ୍ର, ପତ୍ରିକା ଉନ୍ମୋଚନ ଓ ସମ୍ବର୍ଦ୍ଧନା ପର୍ବ ସମ୍ପାଦିତ ହୋଇଥିଲା। ମୁଖ୍ୟ ଅତିଥି ପ୍ରାବନ୍ଧିକ ତଥା ବାଗ୍ମୀ ଓଡ଼ିଆ ବିଭାଗ ମୁଖ୍ୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ଗୋପୀନାଥ ବାଗ, ବିଶିଷ୍ଟ ଅତିଥି ତଥା ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ନାକୁ ହାଁସଦା, ମୁଖ୍ୟ ବକ୍ତା ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଶୁକମୁନି ମେହେର, ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଅଶୋକ କୁମାର ପଣ୍ଡା ଏବଂ ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡ଼ ଲକ୍ଷ୍ମୀନାରାୟଣ ଦାଶ ସାହିତ୍ୟ ଚର୍ଚ୍ଚା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତି ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସାହିତ୍ୟିକ, ସଂଗଠକ ଓ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିବା ସହିତ ସମ୍ବର୍ଦ୍ଧିତ ହୋଇଥିଲେ। ଶେଷରେ ସୁଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶଥାଉକି ଶ୍ରୀଯୁକ୍ତ ବେବର୍ତ୍ତା ଲୋହରାଖଣ୍ଡି ସାହିତ୍ୟ ସଂସଦ ପ୍ରତିଷ୍ଠା କରି ୩୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ କରିବା ସହିତ ନିଜର କବିତା ପୁସ୍ତକ ‘ବର୍ଣ୍ଣିଳ ସ୍ଥାପତ୍ୟ’ ଓ ପରିବେଶ ଭିତ୍ତିକ ପୁସ୍ତକ ‘ଆମ ପରିବେଶ’ ପ୍ରକାଶିତ ହୋଇଛି। ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଅନେକ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ଓ ସମ୍ମାନୀତ। ଏହାଛଡ଼ା ଜଣେ ସାମ୍ବାଦିକ ଭାବରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ରହିଛି। ଏହା ସହିତ କବିତା ପାଠୋତ୍ସବରେ କବିତା ପାଠ କରି ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ।ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.