ଶିଶୁ ଚାଲାଣର ନୂଆ ଫର୍ମୁଲା : ସମର କୋର୍ସ ନାଁରେ ବାହାର ରାଜ୍ୟକୁ ଚାଲାଣ
ମାଲକାନଗିରିରେ ବସରୁ ଶିଶୁ ଉଦ୍ଧାର। ବିଜୟୱାଡାକୁ ଯାଉଥିବା ବେଳେ ଅଟକାଇଲା ଶିଶୁ ବିଭାଗ।
ମାଲକାନଗିରି : ନୂଆ ତରିକାରେ ଚାଲିଛି ଶିଶୁ ଚାଲାଣ। ସମର କୋର୍ସ ଓ ସୁଟିଂ ନାଁରେ ବାହାର ରାଜ୍ୟକୁ ହେଉଛି ଶିଶୁ ଚାଲାଣ। ମାଲକାନଗିରିରୁ ଉଦ୍ଧାର ହେଲେ ପାଖାପାଖି ୧୫ ଜଣ ନାବାଳକ ଓ ନାବାଳିକା। ଏକ ବସରେ କିଛି ଛୋଟ ପିଲାଙ୍କୁ ଚାଲାଣ କରାଯାଉଥିବା ଖବର ପାଇବା ପରେ ବସକୁ ମାଲକାନଗିରି ଥାନା ନିକଟରେ ଅଟକାଇଲେ ଶିଶୁ ବିଭାଗ।
ଯାଞ୍ଚ ପରେ ଗାଡ଼ିରୁ କିଛି ପିଲାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ପଚରାଉଚରା କରିବା ପରେ ବିଜୟୱାଡା ଯାଉଥିବା ଜଣାପଡିଛି। ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରିବା ପରେ CWC ରେ ହାଜର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି CWC ସଦସ୍ୟ ସୂଚନା ଦେଇଛନ୍ତି।
Comments are closed.