ଗଜପତି,୨୫.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଚିକିଟି — ଏହି ଆଞ୍ଚଳିକ ପରିଷଦ ଅନ୍ତର୍ଗତ ନେଳିଆ ବନ୍ଧ ନିକଟରେ ଚିକିଟି – ଖେମୁଣ୍ଡି କେନ୍ଦ୍ରୀୟ ପରିଷଦ ଆନୁକୁଲ୍ୟରେ ଚିକିଟି ଆଞ୍ଚଳିକ ପରିଷଦ ଠାରେ କେନ୍ଦ୍ରୀୟ ପରିଷଦ ସଭାପତିଙ୍କ ପୌରହିତ୍ୟ ରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା, ଆଞ୍ଚଳିକ ପରିଷଦ କର୍ମକର୍ତ୍ତା, ଗ୍ରାମ୍ୟ ପରିଷଦ କର୍ମକର୍ତ୍ତା ଓ ସମସ୍ତ ଗ୍ରାମ୍ୟ ପରିଷଦର ପ୍ରାୟ ୫୦୦ ରୁ ଉର୍ଦ୍ଧ ଜାତି ଭାଇ ମାନେ କରବାଲୁଆ ଠାକୁରାଣୀ ମନ୍ଦିର ଠାରେ ଏକତ୍ରିତ ହୋଇ ମୁଖ୍ୟ ବଜାର ପରିକ୍ରମା କରି ନେଳିଆ ବନ୍ଧ ନିକଟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ମହା ଆଡମ୍ବରରେ ପାଳନ କରିଥିଲେ।ତତ୍ ସଙ୍ଗେ ସଙ୍ଗେ ଚିକିଟି ଆଞ୍ଚଳିକ ପରିଷଦ କାର୍ଯ୍ୟାଳୟ ଠାରେ ଚିକିଟି ଓ ବଡ ଖେମୁଣ୍ଡି ଆଞ୍ଚଳିକ ଅନ୍ତର୍ଗତ ୧୦ ଟି ଗ୍ରାମ ପରିଷଦର ପ୍ରାୟ ୧୦୦ ରୁ ଉର୍ଦ୍ଧ ଅସହାୟ, ବରିଷ୍ଠ ନାଗରିକ ଓ ବିକଳାଙ୍ଗ ଜାତି ଭାଇ ଓ ଭଉଣୀ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା।


କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀଯୁକ୍ତ ଦଣ୍ଡlସି ସାହୁ, ସମ୍ପାଦକ ଲକ୍ଷ୍ମଣ ସାହୁ, ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ, ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ, ଉପସଭାପତି ପ୍ରଶାନ୍ତ କୁମାର ସାହୁ (ଚିକିଟି), ଶ୍ରୀ ଦଣ୍ଡ ସାହୁ , ପ୍ରଶାନ୍ତ ସାହୁ(ପାଣ୍ଡିରି), ଦେବେନ୍ଦ୍ର ସାହୁ,ଗଣ ମାଧ୍ୟମ ସମ୍ପାଦକ ଅକ୍ଷୟ କୁମାର ସାହୁ, ଅଫିସ ସମ୍ପାଦକ ନିରଞ୍ଜନ ସାହୁ ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟ କ୍ରମରେ କୁନି କୁନି ପିଲା ମାନଙ୍କ ସାଧବ ପୁଅ,ବୋହୁ ଓ ତୋପଇ ବେଶ ଅତ୍ୟନ୍ତ ମୋନୋହର ହୋଇଥଲା। ଉକ୍ତ କାର୍ଯ୍ୟକ୍ରମକୁ ଚିକିଟି ଆଞ୍ଚଳିକ ସଭାପତି ଅଭିମନ୍ୟୁ ସାହୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ପ୍ରାୟ ସମସ୍ତ କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଏବଂ ସହଯୋଗରେ ରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।
Comments are closed.