ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟାର ଦ୍ୱିତୀୟ ପର୍ଯ୍ୟାୟ

0

ମୋହନା,୧୫.୭(ମନୋଜ ପାଢ଼ୀ)– ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ର ଦ୍ବିତୀୟ ପର୍ଯ୍ୟାୟ ୧୨.୦୭.୨୦୨୬ ରବିବାର ଦିନ ଅତି ଶୃଙ୍ଖଳିତ ଭାବେ ହୋଇସାରିଛି। ବିଗତ ଦିନରେ ହୋଇଥିବା ମହାସଭା କାର୍ଯ୍ୟକ୍ରମରେ କର୍ମକର୍ତ୍ତା, ଗ୍ରାମବାସୀ ଏବଂ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ପୁର୍ବ ନିୟମ ଅନୁଯାୟୀ ପ୍ରତ୍ୟେକ ତିନି ବର୍ଷ ପରେ ସମସ୍ତ ପଦବୀର ନୂତନ କର୍ମକର୍ତ୍ତା ଚୟନ ପକ୍ରିୟା ପ୍ରଥା ରହିଅଛି। ତାକୁ ଆଧାର କରି ଉକ୍ତ ପଦବୀ ଗୁଡିକ ପାଇଁ ପ୍ରଥମେ କେନ୍ଦ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ନିର୍ଦ୍ଦେଶନାରେ ଗତ ୦୫.୦୭.୨୬ (ରବିବାର) ଦିନ ପ୍ରଥମ ପ୍ରଯ୍ୟାୟ ଚୟନ ପ୍ରକିୟା ଅତି ଶୃଙ୍ଖଳିତ ଭାବେ ହୋଇ ସାରିଥିବା ବେଳେ ୧୨.୦୭.୨୬ (ରବିବାର) ଦିନ ଗ୍ରାମ୍ୟ, ଆଞ୍ଚଳିକ ଓ କେନ୍ଦ୍ରୀୟ ପରିଷଦ ର କିଛି ପୂର୍ବ କର୍ମକର୍ତ୍ତା ନିର୍ବାଚନ ଅଧିକାରୀ ରୂପେ ଜିଉରା (ପଶ୍ଚିମ ଭାଗ), ଜିଉରା (ପୂର୍ବ ଭାଗ), ଦୌଉଳିଆପଡା, ଡଭାର, ପାଣ୍ଡିରି, ନନ୍ଦିଗାଁ, ବୋରିଗୁମ୍ମା, ରାଇବନ୍ଧ ଓ ବାଲିଗୁଡ଼ା (କନ୍ଧମାଳ) ଗ୍ରାମ୍ୟ ପରିଷଦ ଏସବୁ ସ୍ଥାନ ଗୁଡିକରେ ପହଞ୍ଚି ଉକ୍ତ ଗ୍ରାମବାସୀଙ୍କ ସହଯୋଗରେ ନିର୍ବାଚନ ପକ୍ରିୟାକୁ ଅତି ଶୃଙ୍ଖଳିତ ଭାବେ ପରିଚାଳିତ କରି କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ଉକ୍ତ ଦିନରେ ହେବାକୁ ଥିବା ଅନ୍ୟ ତିନୋଟି ଗ୍ରାମ୍ୟ ପରିଷଦର ଚୟନ ପ୍ରକିୟା କୌଣସି କାରଣ ବଶତଃ ଅମିମାଂସିତ ରହିଛି ଏବଂ ତାହା ଆଗାମୀ ଦିନରେ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.