ଭୁବନେଶ୍ୱର: ଓଡ଼ିଶାରୁ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଓରାଙ୍ଗଉଟାନଟି କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲା, ସେନେଇ ସବିଶେଷ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ଓଡ଼ିଶାକୁ ବନ୍ୟଜନ୍ତୁ ଚାଲାଣର ଏକ ଟ୍ରାଞ୍ଜିଟ୍ ପଥ ଭାବେ ବ୍ୟବହାର କରିବାକୁ କୌଣସି ପରିସ୍ଥିତିରେ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଶିଶୁ ଓରାଙ୍ଗଉଟାନକୁ କେଉଁ ଉଦ୍ଦେଶ୍ୟରେ ଓଡ଼ିଶାକୁ ଅଣାଯାଉଥିଲା, ତାହାର ମଧ୍ୟ ତଦନ୍ତ କରି ସ୍ପଷ୍ଟ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।ଏହି ଘଟଣାରେ ସମ୍ପୃକ୍ତ ଚାଲାଣକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ବନ୍ୟଜନ୍ତୁ ଚାଲାଣ ରୋକିବା ଦିଗରେ ଭାରତ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ WCCB (Wildlife Crime Control Bureau) ସହ ଆବଶ୍ୟକ ସମନ୍ୱୟ ରଖି ତଦନ୍ତକୁ ଆଗେଇ ନେବାକୁ ପରାମର୍ଶ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.